www.samajalive.in
Friday, December 5, 2025
23.1 C
Bhubaneswar

ଯୁବତୀଙ୍କୁ ଗଣଦୁଷ୍କର୍ମ: ଦୁଇ ଅଟକ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଳକ ହିକୁଡିଠାରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆଜି ପୀଡ଼ିତା ଜଣକ ବୀର ମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ହିକୁଡି ଗାଁର ଜଣେ ୨୦ ବର୍ଷୀୟ ଯୁବତୀ ଏକ ଘରୋଇ କମ୍ପାନିରୁ ଅଫିସ କାମ ସାରି ଘରକୁ ଫେରୁଥିଲେ। ଏତିକିବେଳେ ହିକୁଡି ଆଇଟିଆଇ କଲେଜ୍ ପାଖରେ ଥିବା ବନ୍ଧ ପାଖରେ ତିନି ଜଣ ମୁଖାପିନ୍ଧା ଯୁବକ ତାଙ୍କୁ ଅଟକାଇ ଏକ ତରଳ ପଦାର୍ଥ ସ୍ପ୍ରେ କରିଥିଲେ। ଏହାପରେ ପୀଡ଼ିତା ଚେତା ହରାଇଥିଲେ। ଏହାପରେ ଯୁବକମାନେ ପୀଡ଼ିତାଙ୍କୁ ଏକ ବିଲକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣକ ଚେତା ଆସିବା ପରେ ଘରକୁ ଯାଇ ସବୁକଥା କହିଥିଲେ। ପରେ ପରିବାର ଲୋକ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଏହି ଘଟଣାରେ ବୀରମହାରାଜପୁର ପୁଲିସ୍ ଦୁଇ ଜଣ ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡିଛି।

Hot this week

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

Related Articles

Popular Categories