www.samajalive.in
Friday, December 12, 2025
26.1 C
Bhubaneswar

ବୋହୂକୁ ଅସଦ ବ୍ୟବହାର କରିଥିବା ଅଭିଯୋଗ ଥିବାରୁ ମାରିଦେଲେ -ପରିବା ବିକାଳୀଙ୍କୁ ଛୁରିଭୂଷି ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ସାତକୋଶିଆ ଗ୍ରାପ ପ୍ରଧାନସାହି ଗ୍ରାମ ରାସ୍ତା ରେ ଗତ ୨୯ ତାରିଖ ରାତିରେ ଜଣେ ପରିବା ବିକାଳୀଙ୍କୁ ଛୁର୍ଭୂଷି ହତ୍ୟା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଙ୍କ ସମେତ ୪ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୁଲିସର ସୂଚନା ଅନୁଯାୟୀ ପ୍ରଧାନସାହି ଗ୍ରାମର ଭାଗମାତ କାଣ୍ଡିୟାଙ୍ଗ ନିକଟସ୍ଥ ଗୁରବାର ସାପ୍ତାହିକ ହାଟକୁ ପରିବା ବିକ୍ରି କରିବାକୁ ଯାଇ ନିଜର ଲୁନା ମୋଟର ସାଇକେଲ ଯୋଗେ ରାତିରେ ଘରକୁ ଫେରିବା ସମୟରେ ଗ୍ରାମ ନିକଟରେ ତାଙ୍କୁ ଛୁରିଭୂଷି ହତ୍ୟା କରାଯାଇଥିଲା। ତା ପରଦିନ ସକାଳେ ରାସ୍ତା କଡରେ ତାଙ୍କ ମୃତ ଦେହ ପଡିଥିବା ଦେଖି ତାଙ୍କ ସ୍ତ୍ରୀ ନଗେଶ୍ୱରୀ ମହୁଲଡ଼ିହା ଥାନାରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳ ରେ ପହଞ୍ଚି ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରିଥିଲା। କିନ୍ତୁ ସେ ଦିନ ପୋଲିସ କୌଣସି ସଠିକ ସୂଚନା ପାଇପାରିନଥିଲା ।

- Advertisement -

ପୁଲିସ ଘଟଣା ର ଅନୁସନ୍ଧାନ ଜାରି ରଖି ଥିଲା।ପରେ ହତ୍ୟାକାଣ୍ଡର ସୁରାକ ପାଇ ଶାଳଚୁଆ ବାଉଁଶପାଣି ଗ୍ରାମ ର ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ସମାଡ଼ (୨୫),ରମେଶ ହାଇବୁରୁ (୩୯),ବିରେନ୍ଦ୍ର ହାଇବୁରୁ(୩୮),ବିରସିଂ ହୋ (୨୫ ) କୁ ଗିରଫ କରିଥିଲା।ଗିରଫ ପରେ ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ ସେମାନଙ୍କ ଠାରୁ ହତ୍ୟାକାଣ୍ଡ ର କାରଣ ଜାଣିବାକୁ ପାଇଥିଲା।

ମୃତକ ଭାଗମାତ ଙ୍କ ବଡ ବୋହୂକୁ କିଛିଦିନ ପୂର୍ବରୁ ଶଶୁର ଭାଗମାତ ନିଜ ଘରେ ଅସଦ ବ୍ୟବହାର ସହ ଟଣା ଓଟରା କରିବା ପରେ ବୋହୁ ଦୌଡ଼ି ଯାଇ ଗ୍ରାମ ନିକଟ ରେ ଜଣେ ସମ୍ପର୍କୀୟ ଘରେ ରହିଥିଲେ।ଏ ଘଟଣା ସମ୍ପର୍କରେ ବୋହୂ ବଡବାପା ଓ ମାମୁଁ ଘରକୁ ଜଣାଇଥିଲେ। ମାମୁଁ ଘର ଲୋକେ ଆସି ତାଙ୍କୁ ମାମୁଁ ଘର ବାଉଁଶପାଣି କୁ ନେଇ ଯାଇଥିଲେ। କିଛିଦିନ ପରେ ଗୁରବାର ହାଟକୁ ଶଶୁର ଭାଗମାତ ପରିବା ବିକ୍ରି କରିବାକୁ ଯାଇଥିବା ବେଳେ ବୋହୂ ର ମାମୁଁ ପୁଅ ଭାଇ ଆଦିତ୍ୟ ଭାଗମାତ ହାଟରେ ଦେଖି କ୍ରୋଧାନ୍ନିତ ହୋଇଯାଇ ତାକୁ ମାରିଦେବାକୁ ଯୋଜନା କରିଥିଲେ। ହାଟରୁ ରାତି ରେ ଭାଗମାତ ନିଜ ଘରକୁ ଫେରୁଥିବା ବେଳେ ଆଦିତ୍ୟ ଓ ତାଙ୍କ ସମ୍ପର୍କୀୟ ସହଯୋଗୀ ୩ ଜଣ ପିଛା କରି ତାଙ୍କୁ ଗ୍ରାମ ନିକଟରେ ଅଟକାଇ ଛୁରୀ ଭୁଷି ହତ୍ୟା କରିଥିଲେ ବୋଲି ଥାନା ଆଇ ଆଇ ସି ରଞ୍ଜୋ ହସିନା କୁଲୁ ଏବଂ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗଈ ସୂଚନା ଦେଇ ଛନ୍ତି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories