www.samajalive.in
Friday, December 12, 2025
26.1 C
Bhubaneswar

ମେଳାରେ ଥିବା ଦୋଳାରେ ଚଢିବା ବେଳେ ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଲୁଧିଆନା – ଦଶହରା ଅବସରରେ ଲୁଧିଆନାର ଚଣ୍ଡୀଗଡ ରୋଡ୍‌ରେ ଥିବା ମେଳା ପଡିଆରେ ଲାଗିଥିବା ନୌକାଦୋଳା ବା କଲମ୍ବସ୍‌ ସ୍ୱୀଙ୍ଗରେ ଚଢୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଗଗନଦୀପ ସିଂ । ତାଙ୍କୁ ୨୨ ବର୍ଷ । ଏହି ଘଟଣାପରେ ଦୋଳାର ଲଗାଇଥିବା ବ୍ୟକ୍ତିଙ୍କ ନାମରେ ସେଠାରେ ଥିବା ମୋତି ନଗର ଥାନାରେ ମାମଲା ରୁଜୁ ହୋଇଛି ।

ଦୋଳା ଲଗାଇଥିବା ବ୍ୟକ୍ତି ବିଦ୍ୟୁତ୍‌ ସର୍କ ସର୍କିଟ୍‌ ବିଷୟରେ ଧ୍ୟାନ ନଦେବାରୁ ଏପରି ଘଟିଥିବା ଅଭିଯୋଗ ହୋଇଛି । ଜଣଙ୍କର ମୃତ୍ୟୁ ପରେ ସେଠାକାର ପୁଲିସ ତପ୍ତର ହୋଇ ପଡିଛି । ସମସ୍ତ ଦୋଳର ସୁରକ୍ଷା ବିଷୟରେ ଯାଞ୍ଚ କରାଯାଇଛି । ଦୋଳାରେ ବସିଥିବା ବେଳେ ଗଗନଦୀପଙ୍କ ସହ ତାଙ୍କ ସାଙ୍ଗମାନଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା ।

- Advertisement -

ତାଙ୍କର ସାଙ୍ଗମାନେ ତୁରନ୍ତ ଦୋଳାକୁ ବନ୍ଦ କରିବା ପାଇଁ କହିଥିଲେ । ଘଟଣାସ୍ଥଳରେ ଗଗନଦୀପଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସାଙ୍ଗମାନେ ପୁଲିସକୁ ଖବର ଦେଇଥିଲେ । ମାତ୍ର ପୁଲିସ ନ ଆସିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଏହି ଘଟଣା ପରେ ଦୋଳାର ମାଲିକ ମହମ୍ମଦ ସୋରାବ ଗଗନଦୀପ ହୃଦଘାତରେ ଚାଲିଯାଇଥିବା କଥା କହିଛନ୍ତି । ତାଙ୍କୁ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବିଷୟରେ ଶବବ୍ୟବଚ୍ଛେଦ ରିପୋର୍ଟ ଦେଖାଇବା ପରେ ମଧ୍ୟ ସେ କଥାକୁ ଏଡାଇ ଯାଇଥିବା ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍‌ସ୍‌ରେ ଖବର ପ୍ରକାଶିତ ହୋଇଛି । ପୁଲିସ ଭାରତୀୟ ପିଙ୍ଗଳଧାରା୩୦୪ – କ ରେ ମାମଲା ରୁଜୁ କରିଛି ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories