www.samajalive.in
Friday, December 12, 2025
19.1 C
Bhubaneswar

ଜାତୀୟ ସେବା ଯୋଜନା ଉଦଯାପିତ

ମୋହନା: ହିଲଟପ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ସପ୍ତାହେ ବ୍ୟାପି ଆରମ୍ଭ ହୋଇଥିବା ପୂଜା କାଳୀନ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ପ୍ରଣବାନନ୍ଦ ପାଟ୍ଟୋଶୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉଦଯାପନି ଉତ୍ସବକୁ ମୁଖ୍ୟ ଅତିଥିଭାବେ ମୋହନା ଥାନା ଅଧିକାରୀ ପ୍ରଶାନ୍ତ ନିସିକା, ମୁଖ୍ୟବକ୍ତା ମଧୁସୂଦନ ପାଢ଼ୀ, ସମ୍ମାନୀତ ଅତିଥି ଏସଆଇ ଜ୍ୟୋତ୍ସ୍ନା ରାଏ,ଅଧ୍ୟାପିକା ରୀତା କୁମାରୀ ଶତପଥି ଯୋଗ ଦେଇଥିଲେ। ଏହି ଶିବିରର ୫୦ ଜଣ ସ୍ୱେଚ୍ଛାସେବୀ ୧ ତାରିଖଠାରୁ ୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସାମାଜିକ ଅନୁଷ୍ଠାନ ଗୁଡିକର ସେବା କାର୍ଯ୍ୟ କରିବା ସହିତ ରାସ୍ତାଘାଟ ଓ କାର୍ଯ୍ୟାଳୟ ପରିସର ପରିଷ୍କାର ପରିଛନ୍ନ ଓ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରିଥିଲେ।

ଉଦଯାପନୀ ଉତ୍ସବ ପ୍ରାରମ୍ଭରେ ଅତିଥି ଓ ଶିକ୍ଷାର୍ଥୀମାନେ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର କିରାଣୀ ଅଜୟ ଦଳେଇ(ବୁଲୁ)ଙ୍କ ଅକାଳ ବିୟୋଗରେ ୨ ମିନଟ ଧରି ନିରବ ପ୍ରାର୍ଥନା କରାଯାଇଥିଲା।ଏହାପରେ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ଦେଶାତ୍ମବୋଧ ସଙ୍ଗୀତ, ଆଦିବାସୀ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା। ଅତିଥିମାନେ ନିଜ ବକ୍ତବ୍ୟରେ ଶୁଙ୍ଖଳତା, ଅନୁଶାସନ, ସମୟାନୁବର୍ତ୍ତିତା,ସେବାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ପରୋପକାର ସଂପର୍କରେ ମତବ୍ୟକ୍ତ କରିଥିଲେ। ଶେଷରେ ଅତିଥି ମାନଙ୍କ ଦ୍ଵାରା ଶିକ୍ଷାର୍ଥୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଯୋଜନା ଅଧିକାରୀ ଅଧ୍ୟାପକ ସନ୍ତୋଷ କୁମାର ନନ୍ଦ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଗ୍ରନ୍ଥାଗାର ରକ୍ଷକ ବସନ୍ତ କୁମାର ବେହେରା ସହଯୋଗ କରିଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories