www.samajalive.in
Friday, December 12, 2025
19.1 C
Bhubaneswar

ଖଲିଆପାଲିରେ ସମଲେଶ୍ଵରୀ ପୂଜା ପାଇଁ କଳସ ଶୋଭାଯାତ୍ରା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଟୋପ ପଞ୍ଚାୟତ ଅଧିନରେ ଥିବା ଖଲିଆ ପାଲି ଗ୍ରାମର ୨୬ ବର୍ଷରୁ ଉର୍ଦ୍ଧ୍ବ ହେବ ବଟ ବୃକ୍ଷ ତଳେ ମାଁ ସମଲେଶ୍ଵରୀ ପୂଜା ପାଇ ଆସୁଛନ୍ତି। ଏହି ପୂଜା ପାଇଁ ଏକ କମିଟି ସ୍ଵତନ୍ତ୍ର ଏକ କମିଟି ଗଠନ ହୋଇଛି। ଆଜି ସକାଳେ ଗ୍ରାମର ଶତାଧିକ ମହିଳାମାନଙ୍କ ଦ୍ବାରା ଦୁଲ ଦୂଲି ବାଦ୍ୟ, ଘଣ୍ଟ ବାଦ୍ୟ, ଗାଁର କରମ୍ ଶାନୀ ହରିବୋଲ, ହୁଳହୁଳି ଗାଁ ମୁଣ୍ଡରେ ଥିବା ମାଁ ଦୁର୍ଗାଙ୍କ ପୀଠ ସ୍ଥିତ କେନାଲରେ ପୂଜାର୍ଚ୍ଚନା ପୂର୍ବକ କେନାଲରୁ ପୂର୍ଣ୍ଣ କୁମ୍ଭ କଳସ ମୁଣ୍ଡାଇ ଏକ ବିଶାଳ ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରିବା ପରେ ବଟ ବୃକ୍ଷ ତଳେ ରହିଥିବା ମାଁ ସମଲେଶ୍ଵରୀ ପୀଠରେ ସ୍ଥାପନ ହୋଇଥିଲା। ବୃନ୍ଦାବନ ଭୋଇ ଧର୍ମ ପତ୍ନୀ ଶୁକୁନ୍ତଲା ଭୋଇ କର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ବାବୁଲା ପାଣ୍ଡିଆ, ସୁବୋଧ ମହାପାତ୍ର ଓ ଆଲୋକ ଷଢ଼ଙ୍ଗି ପ୍ରମୁଖ ବରଣ ହୋଇ ପୂଜାକାର୍ଯ୍ୟ ତୁଲାଉଛନ୍ତି। ପୂଜାରେ ଦେବୀ ଷୋଡ଼ଶ ଉପଚାର ସହ ସନ୍ଧ୍ୟାରେ ମାଙ୍କ ଆରତୀ ପରେ ପୀଠ ସମ୍ମୁଖରେ ବାଡ଼ି ଖେଳ, କସରତ ଖେଳ ଓ କର୍ତ୍ତାଙ୍କ ଘରୁ ଯୁଗାର ବାହାରି ପୀଠ ସ୍ଥଳୀରେ ପହଞ୍ଚିଥିଲା।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories