www.samajalive.in
Friday, December 12, 2025
23.1 C
Bhubaneswar

ପୁରୀରେ କାର୍ତ୍ତିକ ବ୍ରତ ପାଇଁ ଆସିଲାଣି ୨୯୩୫ ଆବେଦନ

ଡେସ୍କ: ସରକାରୀ ହବିଷ କେନ୍ଦ୍ରରେ ରହି ପୁରୀରେ କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ଏ ପର୍ଯ୍ୟନ୍ତ ୨୯୩୫ ଜଣ ଶ୍ରଦ୍ଧାଳୁ ଆବେଦନ କରିଛନ୍ତି। ସର୍ବାଧିକ ୯୪୦ଟି ଦରଖାସ୍ତ ପୁରୀ ଜିଲ୍ଲାରୁ ମିଳିଛି। ଏବେବି ଆଗ୍ରହୀ ବ୍ୟକ୍ତିମାନେ ଦରଖାସ୍ତ କରୁଥିବାରୁ ହବିଷ୍ୟାଳିଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କୁ ମାଗଣା କୋଠରୀ, ମହାପ୍ରସାଦ ସମେତ କାର୍ତ୍ତିକ ବ୍ରତ ପାଳନ ଲାଗି ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ। ହବିଷ୍ୟାଳିମାନେ ଶ୍ରୀମନ୍ଦିରକୁ ଯାଇ ଯେପରି ସୁରକ୍ଷିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେଥିଲାଗି ବ୍ୟବସ୍ଥା କରାଯାଇଛି। ଏହାଛଡା ହବିଷ କେନ୍ଦ୍ରରେ ରାଧାଦାମୋଦର ପୂଜା, ଚଉରା ପୂଜା, କାର୍ତ୍ତିକ ବ୍ରତ ପାଠ, ଆଧ୍ୟାତ୍ମିକ ପ୍ରବଚନ ଓ ଆକାଶ ଦୀପ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories