www.samajalive.in
Monday, December 15, 2025
15.1 C
Bhubaneswar

ସ୍ବର୍ଗତ ବୀଣାପାଣି ମହାନ୍ତିଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଶେଷକୃତ୍ୟ

କଟକ: ଖ୍ୟାତନାମା ସାରସ୍ବତ ସାଧିକା, ଓଡ଼ିଆ ଭାଷା ସାହିତ୍ୟର ବାଣୀଭଣ୍ଡାରକୁ ସମୃଦ୍ଧ କରିଥିବା ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଆଉ ନାହାନ୍ତି। ଆଜି ରାଷ୍ଟ୍ରୀୟ ସମ୍ମାନର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ବର୍ଷିଆନ ଲେଖିକା ତଥା ପାଟଦେଈ ଓ କସ୍ତୁରୀ ମୃଗର ସ୍ରଷ୍ଟା ବୀଣାପାଣି ମହାନ୍ତିଙ୍କର ଗତକାଲି ୮୫ ବର୍ଷ ବୟସରେ ପରଲୋକ ଘଟିଛି। ବାଦାମବାଡ଼ିସ୍ଥିତ ବାସଭବନରେ ହୃଦରୋଗରେ ତାଙ୍କର ପରଲୋକ ଘଟିଛି। ୧୯୩୬ ମସିହା ନଭେମ୍ବର ୧୧ରେ ଜନ୍ମ ଗ୍ରହଣ କରିଥିବା ବୀଣାପାଣିଙ୍କ ପରିବାର କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ଗ୍ରାମର ଅଟନ୍ତି। ତାଙ୍କ ପିତା ଚତୁର୍ଭୁଜ ମହାନ୍ତି ଜଣେ ସରକାରୀ କର୍ମଚାରୀ ଥିଲେ। ମା’ କୁମୁଦିନି ମହାନ୍ତିଙ୍କଠାରୁ ସେ ପ୍ରେରଣା ପାଇଥିଲେ। ସେ ୧୯୫୩ ମସିହାରେ ମାଟ୍ରିକ୍ ସମାପ୍ତ କରିଥିଲେ ଏବଂ ପରେ ଅର୍ଥନୀତି ଅଧ୍ୟୟନ କରିଥିଲେ। ୧୯୫୭ରେ ବୀଣାପାଣି ସ୍ନାତକ ଡିଗ୍ରୀ ହାସଲ ୧୯୫୯ରେ କଟକ ରେଭେନ୍ସା କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପରେ ସେ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। ୧୯୯୨ ମସିହାରେ ସେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଅବସର ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories