ପାତ୍ରପୁର: ପାତ୍ରପୁର ବ୍ଳକ ତୁରୁବୁଡି ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର ସମ୍ମୁଖରେ ଏକ ବାଇକ୍ ଜଳିଯାଇଛି। ବାଇକ ଆରୋହୀ ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ମୂତାବକ ରବିବାର ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗାଁର ତପସ୍ବୀ ନାଇକ କୌଣସି କାମ ପାଇଁ ତୁରୁବୁଡି ଗାଁକୁ ଯାଉଥିଲେ । ଏତିକି ବେଳେ ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର ନିକଟରେ ଥିବା ହମ୍ପସ ପାଖରେ ବାଇକଟିରୁ ଧୂଆଁ ବାହାରୁଥିବା ଦେଖି ତପସ୍ବୀ ଗାଡିରୁ ଓହ୍ଲାଇ ପଡିଥିଲେ । ଏହାର କିଛି ସମୟ ପରେ ବାଇକଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ବାଇକ୍ ଅରୋହୀ ଜଣକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।
Popular Categories



