ଭିଜିଲାନ୍ସ ଏସ୍‌ପି କହି ଠକି ବନ୍ଧାହେଲେ ଅଭିଯୁକ୍ତ

ଭୁବନେଶ୍ବର: ଭିଜିଲାନ୍ସ ଏସପିର ପରିଚୟ ଦେଇ ୭ ଲକ୍ଷ ୬୦ ହଜାର ଟଙ୍କା ଲୁଟି ଧରାପଡିଛନ୍ତି। ଏହି ମାମଲାରେ ପୁରୀ କୃଷ୍ଣପ୍ରସାଦର ଅଭିଯୁକ୍ତ ଅଧ୍ୟାପକ ମନୋଜ ମାଝୀଙ୍କୁ ଗିରଫ କରାଯାଇଛି। ମନୋଜ ଉଦଳା ଝାଡେଶ୍ବରୀ କଲେଜରେ ମନସ୍ତତ୍ବ ବିଭାଗର ଅଧ୍ୟାପକ ଅଛନ୍ତି। ଅଭିଯୁକ୍ତ ଜଣକ ଗତବର୍ଷ ମେ ୩୧ ତାରିଖରେ ମନୋଜ ଚୌଧୁରୀ ନାମକ ଜଣେ ଠିକାଦାରଙ୍କୁ ଠକେଇ କରିଥିଲେ । ଭିଜିଲାନ୍ସ କାର୍ଯ୍ୟାଳୟର କନଷ୍ଟ୍ରକସନ୍ କାମ ନାଁରେ ଅନଲାନରେ ୫ ଲକ୍ଷ ଏବଂ ପରେ ୨.୬୦ ଲକ୍ଷ ଟଙ୍କା ନେଇଥିଲେ। ତେବେ ଅଭିଯୁକ୍ତ ମନୋଜଙ୍କ ନିକଟରୁ ୨ ଲକ୍ଷ ୬୦ ହଜାର ଟଙ୍କା ଓ ୬ଟି ଏଟିଏମ୍ କାର୍ଡ , ମୋବାଇଲ ଜବତ କରାଯାଇଛି। ଗିରଫ ମନୋଜ ମାଝୀଙ୍କ ନାଁରେ ପୂର୍ବରୁ ୫ଟି ମାମଲା ଥିବା ସୂଚନା ମିଳିଛି ।

Comments are closed.