ଜୟ ଶ୍ରୀରାମ ଧ୍ୱନୀରେ କମ୍ପିଲା ଆଠଗଡ

ଆଠଗଡ : ପବିତ୍ର ଶ୍ରୀରାମନବମୀ ଅବସରରେ ହିନ୍ଦୁ ଜାଗରଣ ମଞ୍ଚ ଓ ଆଠଗଡ ରାମନବମୀ ମହୋତ୍ସବ ସମିତି ପକ୍ଷରୁ ଦଳମତ ନିର୍ବିଶେଷରେ ୨୦୦ରୁ ଅଧିକ ରାମଭକ୍ତ ବାଇକ ଶୋଭାଯାତ୍ରାରେ ଆଠଗଡ ସହର ପରିକ୍ରମା କରିଥିଲେ। ସେମାନଙ୍କର ଜୟ ଶ୍ରୀରାମ ଓ ଜୟ ହନୁମାନ ଧ୍ୱନୀରେ ସମଗ୍ର ସହର କମ୍ପି ଉଠିଥିଲା। ବର୍ତ୍ତମାନର ସମାଜ ତଥା ଯୁବ ପୀଢିକୁ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ କରି ଏକ ସୁସ୍ଥ ସମାଜ ଗଠନରେ ବ୍ରତୀ କରିବା ଲାଗି ଏପରି ଏକ ପ୍ରୟାସ ପ୍ରଥମ ଥର ପାଇଁ ଆଠଗଡରେ କରାଯାଇଛି । ସମସ୍ତ ରାଜନୈତିକ ଭେଦଭାବ, ଦଳୀୟ କନ୍ଦଳ ଓ ଆକ୍ରୋଷକୁ ଭୁଲି ଏପରି ଏକ ମହତ ତଥା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଦଳମତ ନିର୍ବିଶେଷରେ ଏତେ ସଂଖ୍ୟକ ଯୁବକ ଏକାଠି ହୋଇ ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ କରିଥିବା ଏହି ଉଦ୍ୟମକୁ ଆଠଗଡବାସୀ ସ୍ୱାଗତ କରିଥିଲେ। ଯୁବ ସଂଗଠକ ଲକ୍ଷ୍ମୀନାରାୟଣ ଭଞ୍ଜ, ତଥାଗତ ପଟ୍ଟନାୟକ, ବିକ୍ରମ ରାୟସାମନ୍ତ, ମୟୂର ଯାଦବ, ସୀତାରାମ ଶତପଥୀ, କୁଶ ଧଳ, ଅନୁପମ ଜେନା, ଶ୍ରୀତମ ଦାସ, ବିଶାଲ ପରିଡା, ବିଶ୍ୱଜିତ୍‍ ଦାସ, ଗୌରବ ପଟ୍ଟନାୟକ, ପ୍ୟାଣ୍ଟନ ଭକ୍ତା, ସୁନିଲ ପ୍ରଧାନ, ସମ୍ବିତ ଦଳାଇ ଓ ଅନ୍ୟମାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶୋଭାଯାତ୍ରା କନ୍ତୋଲସ୍ଥିତ ବିଶ୍ୱନାଥ ସାଗର ପୋଖରୀ ଛକ ନିକଟରୁ ବାହାରି ସମଗ୍ର ସହର ପରିକ୍ରମା କରି ବୀରକିଶୋରପୁରସ୍ଥିତ ସିଦ୍ଧେଶ୍ବର ମନ୍ଦିରରେ ଶେଷ ହୋଇଥିଲା।

kalyan agarbati

Comments are closed.