ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ସୋମବାର ଶେଷଦିନ। ଗତକାଲି ଅର୍ଥାତ ରବିବାର ସୁଦ୍ଧା କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିନଥିଲେ। ଏଣୁ ସୋମବାର ନାମାଙ୍କନପତ୍ର ଦାଖଲର ଶେଷଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ। ବିଜେଡିର ପ୍ରାର୍ଥୀ ରୀତା ସାହୁ ,ବିଜେପିର ପାର୍ଥୀ ସନତ ଗଡତିଆ ଏବଂ କଂଗ୍ରେସର ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିବେ। ଆସନ୍ତା ୨୧ ତାରିଖରେ ବିଜେପୁର ଉପନିର୍ବାଚନର ଭୋଟ ଗ୍ରହଣ ହେବ ଏବଂ ଏହାର ୩ ଦିନ ପରେ ଅର୍ଥାତ ୨୪ ତାରିଖରେ ଭୋଟ ଗଣତି ହେବ। ଏଠାରେ ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନରେ ବିଜେପୁର ଏବଂ ହିଞ୍ଜିଳି ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ। ଏହି ୨ଟି ଆସନରୁ ମୁଖ୍ୟମନ୍ତ୍ରୀ ବିଜୟୀ ହୋଇଥିଲେ। ଫଳରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ଆସନ ଛାଡିଥିଲେ। ଏଣୁ ବିଜେପୁରରେ ଉପନିର୍ବାଚନ କରାଯାଉଛି।
ବିଜେପୁର ଉପନିର୍ବାଚନ ନାମାଙ୍କନପତ୍ର ଦାଖଲର ଶେଷଦିନରେ ନାମାଙ୍କନ ଭରିବେ ୩ ପ୍ରମୁଖ ଦଳର ପ୍ରାର୍ଥୀ
Popular Categories



