ଲାଲୁଙ୍କ ସହ କଥା ହେଲେ ନୀତୀଶ

ପାଟନା: ବିହାରର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେବା ପୂର୍ବରୁ ଜେଡିୟୁ ନେତା ନୀତୀଶ କୁମାର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଲାଲୁଙ୍କ ଝିଅ ତଥା ସାଂସଦ ମିସା ଭାରତୀ କହିଥିଲେ ବିଜେପି ସହ ସଂପର୍କ ଛିନ୍ନ କରି ଆରଜେଡି ସହ ମିଶିବାକୁ ନିଷ୍ପତ୍ତି ନେଇଥିବାରୁ ନୀତୀଶଙ୍କ ନିଷ୍ପତ୍ତି ଠିକ୍‌ ବୋଲି ଲାଲୁ ଦର୍ଶାଇବା ସହ ଭବିଷ୍ୟତ ପାଇଁ ଶୁଭକାମନା ପ୍ରଦାନ କରିଥିଲେ। ଲାଲୁ ବର୍ତ୍ତମାନ ଅସୁସ୍ଥତା କାରଣରୁ ମିସାଙ୍କ ଘରେ ରହୁଛନ୍ତି।

Comments are closed.