ସବୁଠୁ ବଡ଼ ମଲ୍ଟିପ୍ଲେକ୍ସ

-ବର୍ତ୍ତମାନ ସମୟରେ ଲୋକ ଟଙ୍କା ପାଣି ପରି ଖର୍ଚ୍ଚ କରିବାରେ ଆଦୌ ମନ ଊଣା କରୁନାହାନ୍ତି। ଲୋକେ ସିନେମା ହଲ୍‌ ଯିବା ପୂର୍ବରୁ ସେଥିରେ କ’ଣ ଓ କିପରି ସୁବିଧାମାନ ଅଛି, ତାହା ପ୍ରଥ​ମେ ଇଣ୍ଟରନେଟ୍‌ ଜରିଆରେ ତଦାରଖ କରୁଛନ୍ତି। ୫୫%ରୁ ଅଧିକ ଦର୍ଶକ ମଲ୍ଟି-ପ୍ଲେକ୍ସରେ ସିନେମା ଦେଖିବାକୁ ପସନ୍ଦ କରୁଛନ୍ତି, ଯଦିଓ ଏଥିରେ ଟିକେଟ୍ ଓ ଖାଦ୍ୟପାନୀୟ ଖୁବ୍ ମହଙ୍ଗା। ଭାରତର ସବୁଠୁ ବଡ଼ ମଲ୍ଟିପ୍ଲେକ୍ସ ଚେନ୍ନଇରେ ଅଛି। ସେଠାକାର କନାଥୁର୍ ଅଞ୍ଚଳର ଏକ ବଡ଼ ମଲ୍ଟିପ୍ଲେକ୍ସ ହେଉଛି ‘ମାୟାଜାଲ’। ୩୦ ଏକର ପରିସୀମା ବ୍ୟାପ୍ତ ଏହି ମଲ୍ଟିପ୍ଲେକ୍ସରେ ମୋଟ୍ ୧୬ଟି ସ୍କ୍ରିନ୍ ଥିବାବେଳେ, ଏହା ଏସିଆର ଦ୍ବିତୀୟ ସର୍ବବୃହତ୍ ମଲ୍ଟିପ୍ଳେକ୍ସ ଭାବେ ପରିଚିତ। ଡିଜିଟାଲ୍ ପ୍ରୋଜେକ୍ସନ୍, ଡଲବି ଆଟମ୍, ଅରୋ ଥ୍ରୀଡି ସାଉଣ୍ଡ, ହାଇଟେକ୍‌ ଗେମ୍‌ ପୁଲ୍, ରେସ୍ତୋରାଁ ମଧ୍ୟ ଅଛି। ୨୬୦୦ରୁ ଅଧିକ ଆସନବିଶିଷ୍ଟ ଏହି ମଲ୍ଟିପ୍ଲେକ୍ସ ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରିଥାଏ। ଏଠାକାର ପାର୍କିଂ ଜୋନ୍‌‌ରେ ୧୨୦୦ରୁ ଅଧିକ କାର୍‌ ପାର୍କିଂ ହେବାର ସୁବିଧା ରହିଛି।

kalyan agarbati

Comments are closed.