www.samajalive.in
Sunday, December 14, 2025
17.1 C
Bhubaneswar

ହ୍ବାଇଟ୍ ହାଉସରେ ବାଇଡ଼େନଙ୍କ ସହ ରହିବେ ’ମେଜର’ ଓ ‘ଚାମ୍ପ’

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ପ୍ରାୟ ଶେଷ ହୋଇଛି। ଜୋ ବାଇଡ଼େନଙ୍କୁ ୨୮୪  ଭୋଟ୍ ମିଳିଥିବାବେଳେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାତ୍ର ୨୧୪ ଭୋଟ୍ ପାଇଛନ୍ତି। ଏହି କାରଣରୁ ବାଇଡ଼େନ ରାଷ୍ଟ୍ରପତି ହେବେ ବୋଲି ଆଶା କରାଯାଉଛି।  ଯଦିଓ ଟ୍ରମ୍ପ ଏପର୍ଯ୍ୟନ୍ତ ହାର ମାନି ନାହାଁନ୍ତି, ସେ ବିଜୟ ଏବଂ ପୁନ ଗଣନା ପାଇଁ କ୍ରମାଗତ ଭାବରେ କୋର୍ଟରେ ନିବେଦନ କରୁଛନ୍ତି। ଏହା ସତ୍ବେ ହ୍ବାଇଟ୍ ହାଉସକୁ ବାଇଡ଼େନଙ୍କ ଆସିବା ପ୍ରାୟତଃ ଚୂଡ଼ାନ୍ତ ମନେ ହେଉଛି । ତେବେ ବାଇଡ଼େନ ଏକା ହ୍ବାଇଟ୍ ହାଉସକୁଆସିବେ ନାହିଁ । ତାଙ୍କ ସହ ତାଙ୍କୁ ଦୁଇ ପ୍ରିୟ ପୋଷା କୁକୁର ମଧ୍ୟ ହ୍ବାଇଟ୍ ହାଉସକୁ ଆସିବେ।

କେବଳ ବାଇଡ଼େନ ନୁହନ୍ତି, ଏହା ପୂର୍ବରୁ ଜଜ୍ ବୁଶ୍, ଜର୍ଜ ବୁଶ୍ ଜୁନିଅର, କ୍ଲିଷ୍ଟନ ଓ ବାରାକ୍ ଓବାମା ମଧ୍ୟ ହ୍ବାଇଟ୍ ହାଉସରେ ନିଜ ପୋଷା କୁକୁରଙ୍କୁ ସ୍ଥାନ ଦେଇଥିଲେ । ଆମେରିକାର ୩୦ ଜଣ ପୂର୍ବ ରାଷ୍ଟ୍ରପତି କୁକୁର ପାଳିଥିଲେ ଓ ସେମାନେ ହ୍ବାଇଟ୍ ହାଉସରେ ରହୁଥିଲେ ।

- Advertisement -

ବାଇଡ଼େନ୍ ଓ ତାଙ୍କ ପତ୍ନୀ କୁକୁରଙ୍କୁ ବହୁତ ଭଲ ପାଆନ୍ତି ।  ତାଙ୍କର ବର୍ତ୍ତମାନ ଦୁଇଟି କୁକୁର ଅଛି, ଗୋଟିକର ନାମ ମେଜର ଏବଂ ଅନ୍ୟଟି ଚାମ୍ପ । ଉଭୟ ଜର୍ମାନ ବ୍ରିଡ଼ର ।  ବାଇଡ଼େନଙ୍କ ପରିବାର ୨୦୦୮ରେ ଚାମ୍ପ ଓ ୨୦୧୮ରେ ମେଜରକୁ ଏକ ପଶୁ ଆଶ୍ରୟସ୍ଥଳ ପୋଷ୍ୟ ଗ୍ରହଣ କରିଥିଲେ । ବାଇଡ଼େନ କ୍ଷମତାକୁ ଆସିବା ପରେ ସେମାନେ ତାଙ୍କ ସହ ହ୍ବାଇଟ୍ ହାଉସରେ ରହିବେ ।

ପୂର୍ବରୁ ରାଷ୍ଟ୍ରପତିମାନେ କୁକୁର ପାଳିଥିଲେ ହେଁ କୌଣସି ପୋଷ୍ୟ କୁକୁର ହ୍ବାଇଟ୍ ହାଉସରେ ପ୍ରବେଶ ଏହା ଆମେରିକା ଇତିହାସରେ ଦ୍ବିତୀୟ ଘଟଣା । ହଫିଙ୍ଗଟନ୍ ପୋଷ୍ଟ ଅନୁଯାୟୀ, ଆମେରିକାର ୩୬ ତମ ରାଷ୍ଟ୍ରପତି ଲିଣ୍ଡନ୍ ବାଇନ୍ସ ଜନସନଙ୍କ ଝିଅ ୧୯୬୬ ମସିହାରେ ୟୁକି ନାମକ ଏକ କୁକୁରକୁ ପାଳିଥିଲେ। ଯାହାକୁ ସେ ଟେକ୍ସାସର ଏକ ଗ୍ୟାସ ଷ୍ଟେସନ ନିକଟରୁ ଉଦ୍ଧାର କରିଥିଲେ । ପ୍ରାୟ ୫୪ ବର୍ଷ ପରେ ଦୁଇ ପୋଷ୍ୟ କୁକୁର ହ୍ବାଇଟ୍ ହାଉସରେ ପ୍ରବେଶ କରିବେ ।

ଅବଶ୍ୟ ଏହି ଦୁଇ କୁକୁର ମେଜର ଓ ଚାମ୍ପ ପୂର୍ବରୁ ଉପରାଷ୍ଟ୍ରପତିଙ୍କ ବାସଭବନରେ ରହିଥିଲେ । ସେତେବେଳେ ବାଇଡ଼େନ୍ ବାରାକ୍ ଓବାମା ସରକାରରେ ଉପ ରାଷ୍ଟ୍ରପତି ରହିଥିଲେ ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories