www.samajalive.in
Monday, December 15, 2025
26.1 C
Bhubaneswar

ଫିଲ୍ମ ନିର୍ମାତା ଫିରୋଜ ନାଡ଼ିଆଡ଼ୱାଲାଙ୍କ ଘରେ ଏନ୍‍ସିବି ଚଢାଉ, ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ଼ ଡ୍ରଗ୍ସ ଲିଙ୍କ୍‍ ଗୁମର ଫିଟିବା ସହିତ ଧିରେ ଧିରେ ଆହୁରି ଅଧିକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ମାମଲାରେ କିଛି ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ କଳାକାରଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‍ସିବି) ଚଢାଉ କରିବା ସହ ପଚରାଉଚରା କରିଥିଲା। ଏହି ମାମଲାରେ ଏବେ ଫଶିଛନ୍ତି ବଲିଉଡ଼୍‍ ଚଳଚ୍ଚିତ୍ର ନିର୍ମାତା ଫିରୋଜ ନାଡ଼ିଆଡ଼ୱାଲା। ରବିବାର ଏନ୍‍ସିବି ଫିରୋଜଙ୍କ ଘରେ ଚଢାଉ କରିବା ସହ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିବା ଜଣାପଡ଼ିଛି। ଏନ୍‍ସିବି ଟିମ୍‍ ପକ୍ଷରୁ ଫିରୋଜଙ୍କୁ ସମନ ମଧ୍ୟ ପଠାଯାଇଛି। ଆଜି ତାଙ୍କ ପତ୍ନୀଙ୍କୁ ପଚରାଉଚରା କରାଯାଇଛି। ଯେତେବେଳେ ଏନସିବି ଫିରୋଜଙ୍କ ଘରେ ପହଞ୍ଚିଥିଲା ସେତେବେଳେ ସେ ଘରେ ଉପସ୍ଥିତ ନ ଥିଲେ ବୋଲି ସୂଚନା ମିଳିଛି।

ନଭେମ୍ବର ୭ ଏବଂ ୮ ତାରିଖ ରାତିରୁ ଏନସିବି ଅନେକ ଡ୍ରଗ୍ ବେପାରୀଙ୍କ ଘରେ ଚଢାଉ କରିଥିଲା। ଏହି ମାମଲାରେ ଏପର୍ୟ୍ୟନ୍ତ ଡ୍ରଗ୍ସ ବିକ୍ରୟକାରୀଙ୍କୁ ଏନ୍ସିବି ଦ୍ୱାରା ଅଟକ ରଖାଯାଇଛି। ସୂଚନାନୁସାରେ, ଡ୍ରଗ୍ସ ମାମଲାରେ ଧରାଯାଇଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା ବେଳେ ନିର୍ମାତାଙ୍କ ନାମ ସାମ୍ନାକୁ ଆସିଛି।

- Advertisement -

ସୂଚନାଯୋଗ୍ୟ, ନିର୍ମାତା ଫିରୋଜ ନାଡିଆଡୱାଲା ଫିର୍ ହେରା ଫେରି, ଆୱାରା ପାଗଲ ଦିୱାନା, ଆନ୍: ମେନ୍ ଆଟ୍ ୱାର୍କ, ଫୁଲ୍ ଆଣ୍ଡ୍ ଫାଇନାଲ୍, ୱେଲ୍କମ୍, କାତୁର୍ସ୍ ଭଳି ଅନେକ ହିଟ୍‍ ଚଳଚ୍ଚିତ୍ରର ନିର୍ମାତା।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories