www.samajalive.in
Saturday, December 6, 2025
19.1 C
Bhubaneswar

ତଥ୍ୟ ଲୁଚାଇ ଦଣ୍ଡିତ ହେଲେ ସୂଚନା ଅଧିକାରୀ

ଭୁବନେଶ୍ୱର : ସୂଚନା ଅଧିକାର ଆଇନ ଅନୁସାରେ ତଥ୍ୟ ପାଇଁ ଆବେଦନକାରୀଙ୍କୁ ସୂଚନା ଦେବାରେ ବାଧକ ସୃଷ୍ଟି କରିବା ଅଭିଯୋଗରେ ରାଜ୍ୟ ରେଜିଷ୍ଟ୍ରର ଅଫ କୋଅପରେଟିଭ ସୋସାଇଟିର ସୂଚନା ଅଧିକାରୀଙ୍କୁ ଦଣ୍ଡିତ କରାଯାଇଛି। ରାଜ୍ୟ ସୂଚନା କମିଶନ ବିକ୍ରମ ସେନାପତି ଆରସିଏସର ପୂର୍ବତନ ଉପ-ସୂଚନା ଅଧିକାରୀ (ଏପିଆଇଓ) ବୁଦ୍ଧିରାମ ମଲ୍ଲିକଙ୍କୁ ୯ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ଗତ ୨୦୧୬ ମସିହାରେ ଦୁଃଖବନ୍ଧୁ ବିଶ୍ୱାଳ ରାଜ୍ୟ କୋ-ଅପରେଟିଭ ବିଭାଗରେ ଏକ ସୂଚନା ଆବେଦନ ଦାଖଲ କରିଥିଲେ। ତାଙ୍କର  ଅବସରକାଳୀନ ଦେୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ତାଙ୍କର ଦରଖାସ୍ତ ଉପରେ କଣ କାର୍ଯ୍ୟାନୁଷ୍ଠାନ ହେଇଛି ସେ ସମ୍ପର୍କରେ ସୂଚନା ମାଗିଥିଲେ। ବିଶ୍ବାଳଙ୍କ ଦରଖାସ୍ତକୁ ତତ୍କାଳୀନ ସୂଚନା ଅଧିକାରୀ ବସନ୍ତି ସିଂହଙ୍କ ପାଖରେ ଦାଖଲ ନକରି ବୁଦ୍ଧିରାମ ଚାପି ଦେଇଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଏହି ମାମଲାର ଶୁଣାଣି ବେଳେ ବୁଦ୍ଧିରାମ ପରସ୍ପର ବିରୋଧୀ ମନ୍ତବ୍ୟ ରଖି ମାମଲାକୁ ବାଟବଣା କରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣାରେ ବିରକ୍ତି ପ୍ରକାଶ କରି କମିଶନ ତାଙ୍କ ନିର୍ଦେଶରେ ଦର୍ଶାଇଛନ୍ତି ଯେ ବୁଦ୍ଧିରାମଙ୍କ ବିଭ୍ରାନ୍ତିକର ମନ୍ତବ୍ୟ ଏହି ଘଟଣାରେ ତାଙ୍କର ମନ୍ଦ ଉଦ୍ଦେଶ୍ୟ ବିଷୟରେ ସ୍ପଷ୍ଟ ସୂଚନା ଦେଉଛି। ତାଙ୍କର ଆଚରଣ ସୂଚନା ଆଇନର ବିରୋଧୀ ବୋଲି ମନେ ହେଉଛି ବୋଲି କମିଶନ କହିଛନ୍ତି। ଜୋରିମାନା ବାବଦ ଅର୍ଥ ଏକକାଳୀନ ସରକାରୀ ଟ୍ରେଜେରୀରେ ଦାଖଲ କରିବାକୁ ଦାଖଲ କରିବାକୁ କମିଶନ ନିର୍ଦେଶ ଦେଇଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories