www.samajalive.in
Saturday, December 6, 2025
16.1 C
Bhubaneswar

ପୁଅ ସହିତ ପତ୍ନୀ ୟୁପିରେ ବନ୍ଧକ ; ଉଦ୍ଧାର ପାଇଁ ସ୍ୱାମୀ ଏସପିଙ୍କ ଦ୍ୱାରସ୍ଥ

ସମ୍ବଲପୁର : ସମ୍ବଲପୁରର ଜଣେ ୩୦ ବର୍ଷିୟା ମହିଳାଙ୍କ ସହ ତାଙ୍କର ୧୦ ବର୍ଷିୟ ପୁଅକୁ ଚାକିରି ପ୍ରଲୋଭନ ଦେଖାଇ ଉତ୍ତର ପ୍ରଦେଶର ମୁରାଦାବାଦରେ ଜଣେ ବ୍ୟକ୍ତି ଜୋରଜବରଦସ୍ତି ବନ୍ଧକ ରଖିଥିବା ଧନୁପାଲି ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତସୂଚନାନୁଯାୟୀ, ସ୍ଥାନୀୟ ପିଡବ୍ଲୁଡି କଲୋନୀ ନିବାସୀ ଅଟୋ ଚାଳକ ସୁଶୀଲ ବଳଙ୍କ ପତ୍ନୀ ଅନୁପମା ମାସେ ପୂର୍ବରୁ ବଡପୁଅ ସହିତ ରହସ୍ୟଜନକ ଭାବରେ କୁଆଡ଼େ ଚାଲିଯାଇଛନ୍ତି। ତୁରନ୍ତ ସେ ଏନେଇ ଧନୁପାଲି ଥାନାରେ ନିଖୋଜ ସମ୍ପର୍କରେ ଅଭିଯୋଗ କରି ସେମାନଙ୍କୁ ଖୋଜିବାକୁ ପୁଲିସକୁ ନିବେଦନ କରିଥିଲେ। ଥାନାରେ ଏତଲା ଦେବାର ଦିନକ ପରେ ତାଙ୍କ ପତ୍ନୀ ଅଚାନକ ଫୋନ କରି ତାଙ୍କୁ ଜଣାଇଥିଲେ ଯେ ସେ ସମ୍ବଲପୁରରେ ଅଛନ୍ତି ଏବଂ ତାଙ୍କୁ ନ ଖୋଜିବାକୁ କହିଥିଲେ। ଏହି ସୂଚନା ସୁଶୀଲ ଧନୁପାଲି ପୁଲିସକୁ ଜଣାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏହି ଘଟଣାର କିଛିଦିନ ପରେ ପୁଣି ଅନୁପମା ସୁଶୀଲଙ୍କୁ ଫୋନ କରି ସେ ଉତ୍ତର ପ୍ରଦେଶର ମୁରାଦାବାଦର ସମ୍ବଳ ଗ୍ରାମରେ ବନ୍ଧକ ଥିବା ଜଣାଇବା ସହିତ ତାଙ୍କୁ ଓ ପୁଅକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ। ଏଣୁ ପୁନର୍ବାର ସୁଶୀଲ ସମସ୍ତ ତଥ୍ୟ ନେଇ ଧନୁପାଲି ପୁଲିସ ଥାନାକୁ ଯାଇ ପତ୍ନୀ ଓ ପୁଅକୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ।

ବାରମ୍ବାର ଥାନାକୁ ଦୌଡ଼ିବା ପରେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସେ ତାଙ୍କର ୭ ଓ ୫ ବର୍ଷିୟ ଦୁଇ ପୁଅଙ୍କୁ ନେଇ ରବିବାର ପୂର୍ବାହ୍ନରେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପତ୍ନୀ ଓ ପୁତ୍ରଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି। ସୁଶୀଲ ଏସପିଙ୍କୁ ଜଣାଇଛନ୍ତି ଯେ ତାଙ୍କ ଘର ପାଖରେ ଉତ୍ତର ପ୍ରଦେଶ ମୁରାଦାବାଦର ଜଣେ ଫେରିବାଲା ମହମ୍ମଦ ମସିଉଦ୍ଦିନ ଭଡାରେ ରହୁଥିବାବେଳେ ଉଚ୍ଚ ଦରମା ର ପ୍ରଲୋଭନ ଦେଖାଇ ତାଙ୍କ ପତ୍ନୀ ଓ ପୁଅକୁ ସେଠାକୁ ନେଇଯାଇଛନ୍ତି। ତେବେ ସେଠାରେ ଫେରିବାଲା ସେମାନଙ୍କୁ ବନ୍ଧକ ରଖି ନିର୍ଯାତନା ଦେଉଥିବା ସୁଶୀଲ ଏସପିଙ୍କୁ ଅଭିଯୋଗ କରିଛନ୍ତି। ଏନେଇ ତୁରନ୍ତ ବିହିତ ପଦକ୍ଷେପ ନେଇ ପତ୍ନୀ ଓ ଛୁଆକୁ ଉଦ୍ଧାର କରିବା ପାଇଁ ସେ ଦାବି ଜଣାଇଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories