www.samajalive.in
Sunday, December 7, 2025
23.1 C
Bhubaneswar

ଜୋରିମାନା ଦେଇ ନପାରିବାରୁୁ ଚାଷୀଙ୍କୁ କାନଧରି ବସଉଠ ଘଟଣା; ତହସିଲଦାରଙ୍କ ନାମରେ ଏତଲା

ଆଠମଲ୍ଲିକ : ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ କିଶୋରନଗର ତହସିଲଦାର ଶନିବାର ମାସ୍କଚେକିଂ ସମୟରେ ଦୁଇଜଣ ଚାଷୀଙ୍କୁ ସଠିକ ଢଙ୍ଗରେ ମାସ୍କ ପରିଧାନ କରିନଥିବା ଯୋଗୁଁ ମଟରସାଇକଲ ଅଟକାଇ ଜଣକା ୫ଶହ ଟଙ୍କା ଜୋରିମାନା ଦିଅ ବୋଲି କହିଥିଲେ ।ଟଙ୍କା ତାଙ୍କ ପାଖରେ ନାହିଁ ବୋଲି କହିବାରୁ ତହସିଲଦାର ସେମାନଙ୍କୁ କାନଧରି ବସଉଠ କରାଇଥିବା ଅଭିଯୋଗ ହୋଇଥିଲା ।ଏ ଘଟଣାରେ ସଂପୃକ୍ତ କିଶୋରନଗର ଥାନା ପାଣ୍ଡୁରୀପଥର ଗ୍ରାମର ଚାଷୀ ମାଗୁଣି ସାହୁ ରବିବାର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁ ତାଙ୍କୁ ଖରାପଭାଷାରେ ଗାଳିଗୁଲଜ କରିଥିବା ଓ କାନଧରି ବସଉଠ କରାଇଥିବା ଯୋଗୁଁ ଚାଷୀ ସମାଜ ତଥା ଜନସାଧାରଣଙ୍କ ସମ୍ମୁଖରେ ସେ ଅପମାନିତ ହୋଇଥିବା ଓ ତାଙ୍କ ପରିବାର ମାନସିକ ଯନ୍ତ୍ରଣାରେ ଜର୍ଜରିତ ହୋଇଥିବା ନେଇ କିଶୋରନଗର ଥାନାରେ ଏତଲା ଦେଇଥିବା ଜଣାଯାଇଛି ।
ଆଜି ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ତହସିଲଦାରଙ୍କ ଦବଙ୍ଗଗିରି ସମ୍ପର୍କରେ ଖବର ପ୍ରକାଶିତ ଓ ପ୍ରସାରିତ ହେବାପରେ ଅନୁଗୋଳ ଜିଲାପାଳ ସିଦ୍ଧାନ୍ତ ଶଙ୍କର ସ୍ୱାଇଁ ଘଟଣାର ବିଭାଗୀୟ ତଦନ୍ତ ପାଇଁ ଆଠମଲ୍ଲିକ ଉପଜିଲାପାଳ ଲଳିତମୋହନ ବେହେରାଙ୍କୁ ନିର୍ଦେଶ ଦେଇଥିବା ଜଣାଯାଇଛି ।
ବର୍ତ୍ତମାନ ମୋ ଜୀବନପ୍ରତି ବିପଦ ଦେଖାଯାଇଛି ବୋଲି ମାଗୁଣି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଜିଲାପାଳ ଘଟଣାର ତଦନ୍ତ ପାଇଁ ଉପଜିଲାପାଳଙ୍କୁ ନିର୍ଦେଶ ଦେଇଥିବା ବେଳେ ମାଗୁଣି ଏହି ତଦନ୍ତ ନିରପେକ୍ଷ ହେବ ନାହିଁ, ମୁଁ ଯାହା ତଦନ୍ତରେ କହିବି ଜିଲାପାଳ ମହୋଦୟଙ୍କ ସମ୍ମୁଖରେ କହିବି ବୋଲି କହିଛନ୍ତି । ମୁଁ ଜଣେ ଗରିବ ଖଟିଖିଆ ଚାଷୀ, ମୋ ସ୍ୱରକୁ ଚାପିଦେବାକୁ ଚେଷ୍ଟା ଆରମ୍ଭ ହୋଇଗଲାଣି ​ବୋଲି ସେ କହିଛନ୍ତି ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories