www.samajalive.in
Sunday, December 7, 2025
18.1 C
Bhubaneswar

ବିଛାଖଣ୍ଡି କଳାପଥର କ୍ୱାରୀ ନିଲାମକୁ ଉଚ୍ଚନ୍ୟାୟାଳୟଙ୍କ ନାଁ

ଗଡ଼ମଧୁପୁର : ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ମୌଜାରେ ଥିବା କଳାପଥର କ୍ୱାରୀ ନିଲାମ ଉପରେ ମାନ୍ୟବର ଉଚ୍ଚନ୍ୟାୟାଳୟ ଏକ ମଧ୍ୟବର୍ତ୍ତୀ କାଳିନ ରହିତାଦେଶ ଜାରି କରିଛନ୍ତି। ଫଳରେ ଧର୍ମଶାଳା ତହସିଲ ପକ୍ଷରୁ ଆହ୍ୱାନ କରାଯାଇଥିବା ଟେଣ୍ଡର ପ୍ରକିୟା କାର୍ଯ୍ୟକାରୀ ହେବାରେ ସନ୍ଦେହ ସୃଷ୍ଟି ହୋଇଛି। ଗତ ୨୨।୨ରେ ଏହି କଳାପଥର ପାହାଡରେ ଥିବା ୧୦ ନଂ ରୁ ୧୮ନଂ ପର୍ଯ୍ୟନ୍ତ ସୈରାତ ଗୁଡିକୁ ଲିଜ ପାଇଁ ତହସିଲ ପ୍ରଶାସନ ଟେଣ୍ଡର ପ୍ରକ୍ରିୟାରେ ସାମିଲ କରି ନୋଟିସ କରିଥିଲା। ଏହି ସୈରାତ ଗୁଡିକର ଲିଜପାଇଁ ପ୍ରସାଶନ ମର୍ଜତାପୁର କଲ୍ୟାଣ ମଣ୍ଡପ ଠାରେ ଜନଶୁଣାଣିର ଅୟୋଜନ କରିଥିଲା ଯାହାକୁ ସ୍ଥନୀୟ ବିଛାଖଣ୍ଡି ସମେତ ୪ଖଣ୍ଡ ପଞ୍ଚାୟତର ଶତାଧିକ ଲୋକେ ବିରୋଧ କରିବା ସହିତ ବିଛାଖଣ୍ଡିରେ ପଥର ଉତ୍ତୋଳନକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ପରେ ଏ ନେଇ ଶହସ୍ରାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ପତ୍ର ମଧ୍ୟ ଜିଲାପାଳଙ୍କୁ ଦେଇ ବିରୋଧ ଜାରି ରଖିଥିଲେ। ଜିଲା ପ୍ରଶାସନ ଲୋକମାନଙ୍କର ସ୍ୱାର୍ଥକୁ ଗୁରୁତ୍ୱ ଦେବ ନାହିଁ ଅନୁଭବ କରି କୃଷକମାନେ ଲିଜ ପକ୍ରିୟା ବିରୁଦ୍ଧରେ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ।

କୃଷକମାନଙ୍କର ଅଭିଯୋଗ ଥିଲା କି ବିଛାଖଣ୍ଡିର ସୈରାତ ଲିଜ ପରେ ୱାଗନ ବ୍ଲାଷ୍ଟିଂର ପ୍ରଭାବରେ ଚାଷ ଜମିରେ ପଥର ଖଣ୍ଡ ପଡି ଜମିର ଉର୍ବରତା ନଷ୍ଟ କରିବା ସହିତ ଦିନକୁ ଦିନ ଜମିଗୁଡିକ ଚାଷ ଅନୁପଯୋଗି ହୋଇପଡୁଛି। ଏହାର ବିଚାର କରି ମାନ୍ୟବର ଉଚ୍ଚନ୍ୟୟାଳୟ ଯାଜପୁର ଜିଲାପାଳଙ୍କୁ ଦୁଇ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜସ୍ୱ ବିଭାଗ ଉଚ୍ଚ ନ୍ୟାୟାଳୟର ନିଦ୍ଦର୍ଦେଶକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ତରବରିଆ ଭବାରେ ଆନେକଶ୍ଚର ୯ରେ ଏହି ପାହାଡକୁ ନିଲାମ ନିମନ୍ତେ ଟେଣ୍ଡର ବାହାର କରିଥିଲେ। ମାତ୍ର ସ୍ଥାନୀୟ ଚାଷି ପୁନଃର୍ବାର ଏହି ନିଲାମ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିବା ପରେ ୯।୩।୨୧ରେ ମାନ୍ୟବର ନ୍ୟାୟାଳୟ ତାଙ୍କର ମଧ୍ୟବର୍ତ୍ତୀ କାଳିନ ଆଦେଶ ବଳରେ ବିଛାଖଣ୍ଡିରେ ଥିବା ୧୦ରୁ ୧୮ନଂ ପର୍ଯ୍ୟନ୍ତ ସୈରାତର ନିଲାମ ପ୍ରକ୍ରିୟାକୁ ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଫଳରେ ପ୍ରସାଶନ ଟଙ୍କା ଖର୍ଚ୍ଚକରି ସୈରାତ ନିଲାମ ପାଇଁ ଯେଉଁ ଷଡ଼ଯନ୍ତ୍ର ରଚିଥିଲେ ବୋଲି ଅଭିଯୋଗ ହୋଇଥିଲା ତାହା ଫସର ଫାଟିଲା ବୋଲି ସ୍ଥାନୀୟ ଅଂଚଳରେ ଲୋକେ ଆଲୋଚନା କରୁଛନ୍ତି। ଏହି ଆଇନଗତ ଲଢେଇରେ ଧର୍ମଶାଳାର ନାରୀନେତ୍ରୀ ତଥା ପ୍ରଦେଶ କଂଗ୍ରେସ ମୁଖପାତ୍ର ସ୍ମୃତିରେଖା ପହି ଚାଷିମାନଙ୍କୁ ସହାୟତା ପ୍ରଦାନ କରିଥିବାରୁ ଚାଷିମାନେ ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଧର୍ମଶାଳା ବ୍ଲକ କଂଗ୍ରେସ ସଭାପତି ବନମାଳୀ ରାଉତ ନିଜ ପ୍ରତିକ୍ରିୟାରେ କହିଛନ୍ତି ପ୍ରଶାସନ ଏ ଅଂଚଳର ପଥର ଚାଷୀମାନଙ୍କର ହାତ ବାରିସ ସାଜିଥିଲା। ତେବେ ଏହା ଚାଷୀମାନଙ୍କର ଏକତାର ବିଜୟ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories