ଆଜିଠାରୁ ଭୁବନେଶ୍ୱରରେ ସିନିୟର୍ ନ୍ୟାସନାଲ୍ ୱେଟ୍ଲିପ୍ଟିଂ ଚାମ୍ପିୟନ୍ସିପ୍
ସିନିୟର୍ ନ୍ୟାସନାଲ୍ ୱେଟ୍ଲିପ୍ଟିଂ ଚାମ୍ପିୟନ୍ସିପ୍ ୨୦୨୧-୨୨ ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ରେଳବାଇ କ୍ରୀଡ଼ା ବିକାଶ ବୋର୍ଡ ଚାମ୍ପିୟନ୍ସିପ୍କୁ ଏକ ମଜବୁତ୍ ଦଳ ପଠାଇଛି। ଭାରତୀୟ ରେଳବାଇ ପୁରୁଷ ଟିମ୍ କ୍ରମାନ୍ୱୟରେ ୪ ବର୍ଷ ହେଲା ନ୍ୟାସନାଲ୍ ୱେଟ୍ଲିପ୍ଟିଂ ଚାମ୍ପିୟନ୍ ଖେଳି ଆସୁଛନ୍ତି। ରେଳବାଇ ମହିଳା ଟିମ୍ ମଧ୍ୟ ଗତ ଦୁଇ ବର୍ଷ ହେଲା ନ୍ୟାସନାଲ୍ ଚାମ୍ପିୟନ୍ସିପ୍ ଜିତି ଆସିଛି।
କ୍ରୀଡ଼ାବିତ୍ମାନଙ୍କୁ ନିଯୁକ୍ତି ଦେବାରେ ଭାରତୀୟ ରେଳବାଇ ଦେଶର ସର୍ବବୃହତ ସଂଗଠନ ରହିଛି। ରେଳବାଇ ଏହାର ‘ଜହାଁ ଖେଲ୍ ୱାହାଁ ରେଲ୍’ ସ୍ଲୋଗାନ୍ ସହ କ୍ରୀଡ଼ାବିତ୍ମାନଙ୍କୁ ନିଯୁକ୍ତି ପ୍ରଦାନ କରିଆସୁଛି। ରେଳବାଇ ଦେଶରେ ଉନ୍ନତ କ୍ରୀଡ଼ା ମୌଳିକଢାଞ୍ଚା ବିକାଶ କରିଛି ଓ କ୍ରୀଡ଼ାବିତ୍ମାନଙ୍କୁ ବିଶ୍ୱସ୍ତରୀୟ ତାଲିମ୍ ପ୍ରଦାନ କରୁଛି। ପ୍ରାୟ ୧୦ ହଜାର ରେଳବାଇ କର୍ମଚାରୀ କ୍ରୀଡ଼ା କ୍ଷେତ୍ରରୁ ଆସିଛନ୍ତି ଓ ୩ ହଜାର କର୍ମଚାରୀ କ୍ରୀଡ଼ା କ୍ଷେତ୍ରରେ ସକ୍ରିୟ ଅଛନ୍ତି। ରେଳ ମନ୍ତ୍ରଣାଳୟ କହିଛି, ରେଳବାଇ କ୍ରୀଡ଼ାବିତ୍ମାନେ ବିଭିନ୍ନ ପ୍ରତିଯୋଗୀତାରେ ବିଜୟୀ ହୋଇ ଦେଶକୁ ଗୌରବାନ୍ୱିତ କରୁଥିବାରୁ ଏହା ଅତ୍ୟନ୍ତ ଆନନ୍ଦର ବିଷୟ।
Comments are closed.