www.samajalive.in
Sunday, December 7, 2025
23.1 C
Bhubaneswar

ରାଜଧାନୀ ରାଜରାସ୍ତାରେ ଗୁଣ୍ଡାଗର୍ଦ୍ଦି, ବିଳମ୍ବରେ ପହଞ୍ଚିଲା ପିସିଆର୍‌ – ପାର୍କରେ ମଦ ପିଇ ସ୍କୁଲ୍‌ ବସ୍‌ ଭଙ୍ଗାରୁଜା, ସ୍ଥାନୀୟ ଲୋକଙ୍କୁ ଆକ୍ରମଣ

ଭୁବନେଶ୍ୱର- ରାଜଧାନୀର ବ୍ୟସ୍ତ ବହୁଳ ସହିଦ ନଗର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଦିନ ଦ୍ୱିପହରରେ ଏକ ସ୍କୁଲ୍‌ ବସ୍‌କୁ ରୋକି ଭଙ୍ଗାରୁଜା କରିବା ସହ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ । ସହିଦ ନଗର ଖଣ୍ଡୁଆଳୀ ମନ୍ଦିର ନିକଟରେ ଥିବା ପାର୍କରେ କିଛି ଦୁର୍ବୃତ୍ତ ବସି ଦିନ ସମୟରେ ମଦ ପିଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ସୋମବାରର ଦ୍ୱିପହର ସମୟରେ ଏକ ସ୍କୁଲ୍‌ ବସ୍ ସେହି ରାସ୍ତା ଦେଇ ଯାଉଥିବା ବେଳେ ବସ୍‌ରୁ କେହି କିଛି ତାଙ୍କୁ କହିଥିବା ଅଭିଯୋଗ କରି ମଦ୍ୟପ ଯୁବକମାନେ ତାହାକୁ ଅଟକାଇବା ସହ ବସ୍‌ ଭିତରେ ବସି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ । ବସ୍‌ରେ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏହାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ପିସିଆର୍‌କୁ ଖବର ଦେବାରୁ ବହୁ ବିଳମ୍ବରେ ସେହି ସ୍ଥାନରେ ପହଞ୍ଚିଥିବା ଅଭିଯୋଗ ହୋଇଛି ।

- Advertisement -

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଛି । ସ୍ଥାନୀୟ ସହିଦ ନଗର ଏବଂ ଭିଏସ୍‌ଏସ୍‌ ନଗରରେ ଠିକ୍‌ ଭାବେ ପୋଲିସ୍‌ ପାଟ୍ରୋଲିଂ ହେଉନଥିବ ଅଭିଯୋଗ ହୋଇଛି । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ରାସ୍ତା କଡରେ ମଦ୍ୟପାନ ସହ ବିଭିନ୍ନ ଅସାମାଜିକ କାର୍ଯ୍ୟକରୁଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଆଇନ ପ୍ରତି ସେମାନଙ୍କ ଭୟ ନଥିବା ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି । ପୋଲିସ୍‌ ପାଟ୍ରୋଲିଂକୁ କଡା କଡି କରିବା ସହ ଏହି ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories