www.samajalive.in
Friday, December 5, 2025
20.1 C
Bhubaneswar

ରାଜଧାନୀରେ ରାସ୍ତା ପାର୍ଶ୍ୱରେ ଜଗିଛି ମୃତ୍ୟୁ

ଉତ୍ତରଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟସିଟି ହେବା ପରେ କେଉଁଠି କିପରି ଭଙ୍ଗା ଗଢ଼ା ହେଉଛି ତାହା କହିବା ମସ୍କିଲ୍‌ । ସହିଦନଗର ଅଞ୍ଚଳକୁ ସ୍ମାର୍ଟସିଟିରେ ପ୍ରଥ‌‌ମେ ସାମିଲ କରାଯାଇଥିବା ବେଳେ ବର୍ଷ ବ୍ୟାପୀ ସରସ ସନ୍ଦୁର ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। କିଛି ପ୍ରକଳ୍ପ ନୂଆକରି ଆରମ୍ଭ ହେବାରୁ ଅଞ୍ଚଳବାସୀଙ୍କ ସମସ୍ୟା ବଢ଼ିଯାଇଛି। ରାସ୍ତା ଖୋଳାପୋତା ହେଉଥିବା ବେଳେ ଯାତ୍ରୀଙ୍କୁ ଯନ୍ତ୍ରଣା ଦେଉଛି।

ସହିଦନଗର ମହର୍ଷି କଲେଜ ରାସ୍ତା ପାଖରେ ଏକ ସରକାରୀ ଜାଗା ଦୀର୍ଘ ବର୍ଷ ଧରି ରହିଆସିଥିବାବେଳେ ସେଠାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ପାଇଁ ଅଟ୍ଟାଳିକା ନର୍ମାଣ ଚାଲିଛି। ଅଳ୍ପ ଦୂରରେ ୧୦ ଏକରରୁ ଅଧିକ ଖାଲି ଜାଗା ଥିବାବେଳେ ଗତ ସେପ୍ଟେମ୍ବର ମାସରୁ ସେଠାରେ ଏକ ସୁଉଚ୍ଚ ଅଟ୍ଟା ଳିକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ଏହି ଖାଲି ସ୍ଥାନରେ ନିର୍ମାଣ ପାଇଁ ଖନନ କରାଯାଇଛି। ପ୍ରାୟ ୬୦/୭୦ ଫୁଟ୍ ଗଭୀର ଖନନ ହୋଇଛି। ମୁଖ୍ୟ ରାସ୍ତା ପାର୍ଶ୍ବରେ ଏହି କାର୍ଯ୍ୟ ଚାଲିଥିବାବେଳେ ଯେଭଳି ସରୁକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା କଥା ତାହା ପାଳନ ହୋଇନାହିଁ।

- Advertisement -

ଶନିବାର ସନ୍ଧ୍ୟାରେ ବର୍ଷା ପବନରେ ଘେରାଯାଇଥିବା କିଛି ଜାଲ ଓ ଟିଣ ଉଡ଼ିଯାଇଥିଲା। ଫଳରେ ଗଭୀର ଖନନକୁ ନେଇ ରାସ୍ତାରେ ଯାଉଥିବା ଯାନବାହନ ଚାଳକ ଓ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଥିଲେ। ମହର୍ଷି କଲେଜ ଛକଠାରୁ ବମିଖାଲ ଫ୍ଲାଏ ଓଭର ବ୍ରିଜ୍‌ ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ବରେ ଘରୋଇ ଜମି ଥିବାବେଳେ ଅପର ପାର୍ଶ୍ବରେ ସରକାରୀ ଜାଗା ରହିଛି। କିନ୍ତୁ ଏତେବଡ଼ ସ୍ଥାନରେ ପ୍ରଶାସନ କିପରି ରାସ୍ତାକୁ ଲଗାଇ ବିରାଟକାୟ ଗର୍ତ୍ତ ଖୋଳିବାକୁ ଅନୁମତି ଦେଇଛନ୍ତି ତାହା ସାଧାରଣ ତି ରେ ପ୍ରଶ୍ନବାଚୀ ସୃଷ୍ଟ କରିଛି। ଅନ୍ୟମନସ୍କହୋଇ କୌଣସି ବ୍ୟକ୍ତି କିମ୍ବା ଗାଡ଼ିମୋଟର ଚାଳକ ଏହି ରାସ୍ତାରେ ଗଲାବେଳେ ଭାରସାମ୍ୟ ହରାଇ ଗର୍ତ୍ତରେ ପଡ଼ିବା ସୁନିଶ୍ଚିତ ।

ଏ ବିଷୟରେ କଅଣ କହୁଛନ୍ତି ସ୍ଥାନୀୟ ବାସିନ୍ଦା , କର୍ପୋରେଟର ତଥା ଉଚ୍ଚ ଅଧିକାରୀ ଜାଣନ୍ତୁ

ସ୍ୱାଧୀନ ପଟ୍ଟନାୟକ (ସ୍ଥାନୀୟ ବାସିନ୍ଦା): ଶନିବାର ସନ୍ଧ୍ୟାରେ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯିଏ ଦେଖିଲେ ବି ଭୟଭୀତ ହେବ। କାର୍ଯ୍ୟ ଚାଲୁ ମନା ନାହିଁ କିନ୍ତୁ ଆବଶ୍ୟକ ନିୟମ ଅନୁସାରେ ହେଉ। ରାସ୍ତା ପାଖରୁକେତେ ଦୂରତାରେ ଖନନ ହେବା କଥା ତାହା ପାଳନ କରାଯାଉ ନାହିଁ। ଯଦି କୌଣସି ଅଘଟଣ ଘଟେ ତେବେ କିଏ ଦାୟୀ ରହିବ?

ରାଜକିଶୋର ଦାସ (କର୍ପୋରେଟର): ରାଜୀବ ଆବାସ ଯୋଜନାରେ ଶାନ୍ତିପଲ୍ଲୀ ବସ୍ତି ବାସିନ୍ଦାଙ୍କ ନିମନ୍ତେ ଗୃହ ନିର୍ମାଣ ହୋଇଛି। ବର୍ତ୍ତମାନ ଯେଉଁଠି ଖନନ ହେଉଛି ସେଠାରେ କେଉଁ ଉଦ୍ଦେଶ୍ୟରେ ହେଉଛି ସ୍ପଷ୍ଟ ହୋଇନାହିଁ। ଯେଉଁଭଳି ଗର୍ତ୍ତ ହୋଇଛି ଗୋରୁ ଗାଈ, ମଣିଷ ବିପଦରେ ପଡ଼ିବା ଯଥେଷ୍ଟ ସମ୍ଭାବନା ରହିଛି। ଧନଜୀବନ ପ୍ରତି ଦୃଷ୍ଟି ଦିଆଯାଇ ବିକାଶ କାର୍ଯ୍ୟ ହେବା କଥା।

କରୁଣାକର ସାହୁ (ବରିଷ୍ଠ ନାଗରିକ): ଯେଉଁ ସ୍ଥାନରେ ଏବେ ଖନନ ଚାଲିଛି ତାହା ସରକାରଙ୍କ ଜାଗା। ଏକ ପ୍ରକଳ୍ପ ପାଇଁ ଏଠାରେ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ନିର୍ମାଣକାରୀ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଯେଉଁଭଳି ବେପରୁଆ ଭାବେ ରାସ୍ତାକୁ ଲଗାଇ ଗଭୀର ଖନନ ହୋଇଛି ତାହା ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ।

ଲକ୍ଷ୍ମୀକାନ୍ତ ସେଠୀ (ଅତିରିକ୍ତ ଆୟୁକ୍ତ- ବିଏମସି): ମହର୍ଷି କଲେଜ ରାସ୍ତା ପାଖରେ ସରକାରୀ ସ୍ଥାନରେ ଯେଉଁ କାର୍ଯ୍ୟ ଚାଲିଛି ସେ ସଂକ୍ରାନ୍ତରେ କୌଣସି ଖବର ନାହିଁ। ଯେଉଁ ସଂସ୍ଥା ବି କାର୍ଯ୍ୟ କରୁଛି ଆବଶ୍ୟକ ନିୟମ ପାଳନ ପୂର୍ବକ କରିବା କଥା। ଏ ଦିଗରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories