www.samajalive.in
Sunday, December 7, 2025
18.1 C
Bhubaneswar

ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହେଲେ ମାହାଙ୍ଗା ଥାନା ଆଇଆଇସି

ଭୁବନେଶ୍ୱର;  ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହେଲେ ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି । ଭିଜିଲାନ୍ସର ନିର୍ଦ୍ଦେଶ ପରେ ଆଇଆଇସି ନିହାର ଆଜି ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଗତକାଲି ରାତିରେ ନିହାରଙ୍କ ପତ୍ନୀ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କୁ ଭିଜିଲାନ୍ସ ଗରିଫ କରିଥିଲା । ଗାଡ଼ିରେ ୬ଲକ୍ଷ ଟଙ୍କା ନେଇ ଆସୁଥିବା ବେଳେ ଭିଜିଲାନ୍ସ ନିନାଙ୍କୁ ପଚରାଉଚରା କରିବା ସହ ଗିରଫ କରିଛି। ସୂଚନା ଅନୁଯାୟୀ ନିନା ଗାଡ଼ିରେ ଏତେଗୁଡ଼ିଏ ଟଙ୍କା ନେଇ ଯାଉଥିବା ଖବର ଭିଜିଲାନ୍ସ ବିଶେଷ ସୂତ୍ରରୁ ପାଇଥିଲା । ଖବର ପାଇବା ପରେ ଖୋର୍ଦ୍ଧା ନିକଟରେ ନିନାଙ୍କ ଗାଡ଼ିକୁ ପିଛା କରିଥିଲା । ପିଛା କରିବା ପରେ  ନିନାଙ୍କ ଗାଡ଼ିକୁ ଅଟକାଇବା ସହ ଏତେ ପରିମାଣର ଟଙ୍କାକୁ ନେଇ ପ୍ରଶ୍ନ କରିଥିଲା ।

ହେଲେ ଟଙ୍କାକୁ ନେଇ ନିନା କୌଣସି ପ୍ରକାରର ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ପରେ ତାଙ୍କ ବାସ ଭବନରେ ଚଢ଼ାଉ କରିବାକୁ ପ୍ରାୟସ କରିଥିଲା ଭିଜିଲାନ୍ସ । ହେଲେ ତାଙ୍କ ଘରେ ଚଢ଼ାଉ ହୋଇପାରିନଥିଲା । ନିନାଙ୍କ ସ୍ୱାମୀ ତଥା ମାହାଙ୍ଗା ଥାନାର ଆଇଆଇସି ନିହାର ରଞ୍ଜନ ମହାନ୍ତି ଏ ସମ୍ପର୍କରେ ସୂଚନା ପାଇ ଘରେ ତାଲା ପକାଇ କେଉଁ ଆଡେ ପଳାଇଥିବା ସନ୍ଦେହ କରାଯାଉଥିଲା । ଭିଜିଲାନ୍ସ ନିହାରଙ୍କୁ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories