ଭୁବନେଶ୍ୱର: ମାନବୀୟ ସଂସ୍କୃତି ଗୁଣାତ୍ମକତାର କଥା କହିବାବେଳେ ବ୍ୟକ୍ତି ସଂସ୍କୃତି ପରିମାଣ ଓ ସ୍ବାର୍ଥ ଉପରେ ଧ୍ୟାନ ଆକର୍ଷଣ କରିଥାଏ। ମନୁଷ୍ୟତ୍ବର ଆହ୍ବାନ ମାନବୀୟ ସଂସ୍କୃତିର ଅନ୍ତଃସ୍ବର ବୋଲି ବିଶିଷ୍ଟ ଲେଖକ ତଥା ସ୍ତମ୍ଭକାର ଡ. ନିରଞ୍ଜନ ପାଢ଼ୀ କହିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ ଏହାର ପରିସରରେ ୫୭ତମ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଡ. ପାଢ଼ୀ ‘ସାମାଜିକ ଜୀବନରେ ମାନବୀୟ ସଂସ୍କୃତିର ଧାରା’ ଶୀର୍ଷକ ଉପରେ କହିଥିଲେ ଯେ ବ୍ୟକ୍ତି ପାଇଁ ଯାହା ସଂସ୍କାର ତାହା ସମାଜ ପାଇଁ ସଂସ୍କୃତି । ମାନବୀୟ ସଂସ୍କୃତି ହିଁ ମନୁଷ୍ୟ ପରିଚୟର ଉପଲବ୍ଧି । ଏହି ଅବସରରେ ଡ. ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୁଲେମାନ୍ ଅଲ୍ଲୀ ସ୍ବାଗତ ଭାଷଣ ଦେଇଥିବାବେଳେ ଉପେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



