ବିଧାନସଭା ପରିସରରେ ସମ୍ବିଧାନ ଦିବସ

ଭୁବନେଶ୍ୱର: ଭାରତୀୟ ସମ୍ବିଧାନ ଦିବସ ଅବସରରେ ଓଡ଼ିଶା ବିଧାନସଭା ସଚିବାଳୟ ତରଫରୁ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଧାନସଭା ସଚିବ ଦାଶରଥି ଶତପଥୀ ଯୋଗଦେଇ ବିଧାନସଭା ସଚିବାଳୟ କର୍ମଚାରୀଙ୍କୁ ଶପଥପାଠ କରାଇଥିଲେ। ସମ୍ବିଧାନ ପ୍ରତି ଆନୁଗତ୍ୟ ରକ୍ଷା କରିବା ପାଇଁ ତଥା ଶ୍ରଦ୍ଧା ଓ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ ପାଇଁ ସେ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପଶାସନ ସଚିବ ଶିଶିରକାନ୍ତ ସ୍ୱାଇଁ, ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶିବପ୍ରସାଦ ପଟ୍ଟନାୟକଙ୍କ ସମେତ ବିଧାନସଭାର ଅଧିକାରୀମାନେ ଯୋଗ ଦେଇଥିଲେ।

Comments are closed.