ଭୁବନେଶ୍ୱର: ରାଜ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ସୂଚନା ମିଳିଛି। ଫାଇଭ୍-ଟି ଉପକ୍ରମରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ କଟକ ତ୍ରିଶୂଳିଆରୁ ଭୁବନେଶ୍ୱର ବିମାନ ବନ୍ଦରକୁ ମେଟ୍ରୋ ଲାଇନ୍ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ନିର୍ମିତ ହେବାକୁ ଥିବା ୨୬ କିଲୋମିଟର ଦୂରତା ମଧ୍ୟରେ ୨୦ଟି ମେଟ୍ରୋ ଷ୍ଟେସନ୍ର ପ୍ରସ୍ତାବ ରହିଛି । ପରବର୍ତ୍ତୀ ସମୟରେ ଏହା ଖୋର୍ଦ୍ଧା, ପୁରୀ ସମେତ ଅନ୍ୟାନ୍ୟ ଅଞ୍ଚଳକୁ ସମ୍ପ୍ରସାରିତ ହେବ।
Popular Categories



