ଏମ୍‌ବିବିଏସ୍‌ ସିଟ୍‌ରେ ନାମଲେଖାଇବା ନାଁରେ ଟଙ୍କା ହଡ଼ପ ମାମଲା; ୪୬ ଲକ୍ଷ ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତି ପାଇଁ ଆବେଦନ

ଭୁବନେଶ୍ବର : ମ୍ୟାନେଜମେଣ୍ଟ କୋଟାରେ ଏମ୍‌ବିବିଏସ୍‌ ସିଟ୍‌ରେ ନାମ ଲେଖାଇବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ ମାମଲାର ୨ ଅଭିଯୁକ୍ତଙ୍କ ନିକଟରୁ ଜବତ ୪୬ ଲକ୍ଷ ଟଙ୍କାର ସମ୍ପତ୍ତିକୁ ବ୍ୟାଜାପ୍ତି କରିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଆବେଦନ କରିଛି । ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭୁବନେଶ୍ୱରସ୍ଥିତ ସ୍ପେଶାଲ ପିଏମଏଲ୍ଏ ଅଦାଲତରେ ପ୍ରସିକ୍ୟୁସନ୍ ଅଭିଯୋଗ ଦାଖଲ କରିଥିବା ସୂଚନା ମିଳିଛି। ପ୍ରକାଶଯେ, ଅଭିଯୁକ୍ତମାନେ ଏମ୍‌ବିବିଏସ୍‌ ସିଟ୍‌ରେ ବିଭିନ୍ନ କଲେଜର ମ୍ୟାନେଜମେଣ୍ଟ କୋଟାରେ ନାମ ଲେଖାଇବା ନାଁରେ ବହୁ ଆଶାୟୀଙ୍କଠାରୁ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତଙ୍କ ବିରୋଧରେ ପ୍ରସିକ୍ୟୁସନ୍ ଅଭିଯୋଗ ଦାଖଲ କରିବା ସହ ୪୬ ଲକ୍ଷ ଟଙ୍କା ବ୍ୟାଜାପ୍ତି କରିବାକୁ ଆଦେଦନ କରିଛି।

Comments are closed.