www.samajalive.in
Monday, December 8, 2025
16.1 C
Bhubaneswar

୨ କୋଟିର ଧଳାଜହର ଜବତ; ୨ ଅଟକ

ଭୁବନେଶ୍ୱର: ରାଜ୍ୟରେ ଥମୁନି ଧଳାଜହର କାରବାର । ପୁଣି ଆଜି ଖୋର୍ଦ୍ଧାରୁ ବପୁଳ ପରିମାଣର ଧଳାଜହର ଜବତ ହୋଇଛି । ଏସଟିଏଫ୍‌ ପକ୍ଷରୁ ଖୋର୍ଦ୍ଧାରେ ଚଢ଼ାଉ କରାଯାଇ ୨ କେଜି ଧଳାଜହର ଜବତ କରିବା ସହ ଘଟଣାରେ ୨ଜଣଙ୍କୁ ଅଟକ ରଖିଛି । ଅଟକ ୨ ଅଭିଯୁକ୍ତଙ୍କ ମଧ୍ୟରେ ଜଣଙ୍କ ନାଁରେ ହତ୍ୟା ମାମଲା ରହିଥିବା ସୂଚନା ମିଳିଛି । ଉଭୟ ୨ ଅଭିଯୁକ୍ତଙ୍କୁ ଧଳାଜହର କାରବାର ନେଇ ପଚରାଉଚରା କରୁଛି ଏସଟିଏଫ୍‌ ଟିମ୍‌ । କେଉଁଠୁ ଧଳାଜହର ଆସୁଛି ? ଏବଂ ଏହି ଧଳାଜହର କେଉଁଠାକୁ ଚାଲାଣ ହେଉଥିଲା ? ଏଥିରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି କି ? ସେନେଇ ତନାଘନା ଚଳାଇଛି ଏସଟିଏଫ୍‌ । ରାଜ୍ୟରେ ବାରମ୍ବାର ବିପୁଳ ପରିମାଣରେ ଧଳାଜହର ଜବତ ହେଉଥିବାରୁ ପୁଲିସ ଓ ଏସଟିଏଫର ମୁଣ୍ଡ ବିନ୍ଧା କାରଣ ପାଲଟିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories