nua o banner

ପଦ୍ମପୁର ଉପନିର୍ବାଚନ: କଂଗ୍ରେସ ଗଢିଲା କମିଟି

BJD Bijuli 480×75 Mob

ଭୁବନେଶ୍ୱର: ଆଗାମୀ ପଦ୍ମପୁର ଉପନିର୍ବାଚନ ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି। କମିଟିରେ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ ଅଧ୍ୟକ୍ଷ, ବିଧାୟକ ସନ୍ତୋଷ ସିଂ ସାଲୁଜା ଆବାହକ ଓ ଅଧିରାଜ ମୋହନ ପାଣିଗ୍ରାହୀ ଏବଂ ଡ. ସି.ଏସ୍‌ ରାଜନ ଏକ୍କା ସଭ୍ୟ ରହିଛନ୍ତି। କମିଟି ଖୁବଶୀଘ୍ର ପଦ୍ମପୁର ଗସ୍ତକରି ଜିଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦ, ଜିଲା କଂଗ୍ରେସ ସାମ୍ମୁଖ୍ୟ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଭେଟି ଆଲୋଚନା କରିବେ। ସଂପୃକ୍ତ କମିଟି ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ପ୍ରସ୍ତାବ କରିବ।

Comments are closed.