ଖୁସିରେ ନାଚିଲେ କର୍ମଚାରୀ; ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବ‌େ‌ନଶ୍ବର: ହଠାତ୍ ଡକାଗଲା କ୍ୟାବିନେଟ୍ ବୈଠକ। ଅପରାହ୍ଣ ସାଢ଼େ ୪ଟାରେ ବୈଠକ ବସିବ ଏବଂ ସନ୍ଧ୍ୟା ସାଢ଼େ ୬ଟାରେ ‌ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିବେ। ଏହା ଜାଣି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ମନରେ ଆଶା ଉଜ୍ଜୀବିତ ହୋଇଥିଲା। ସମସ୍ତେ ଊଣା ଅଧିକେ ଆଭାସ ପାଇସାରିଥିଲେ ‌େ‌ଯ ମୁଖ୍ୟମନ୍ତ୍ରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ତାଙ୍କ ଜନ୍ମଦିନର ଭେଟି ଦେବାକୁ ଯାଉଛନ୍ତି। ବିଭାଗୀୟ ମୁଖ୍ୟ ଦପ୍ତର ନ’ ତାଲା ସମ୍ମୁଖରେ କର୍ମଚାରୀମାନେ ଏକତ୍ରିତ ହେଲେ। ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। କିଏ ଖୁସିରେ ନାଚି ଉଠିଥିଲେ ତ ଆଉ କାହା ଆଖିରେ ଖୁସିର ଲୁହ ଆପେଆପେ ଆସିଯାଇଥିଲା। ପାରମ୍ପରିକ ବାଦ୍ୟରେ ସମଗ୍ର ପରିବେଶ କମ୍ପିଥିଲା। କର୍ମଚାରୀମାନେ ପରସ୍ପରକୁ ମିଠା ଖୁଆଇ ନାଚି ନାଚି ଏହି ଐତିହାସିକ ମୁହୂର୍ତ୍ତକୁ ସ୍ମରଣୀୟ କରିଥିଲେ।

prayash

ରାଜ୍ୟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ କରିଥିବାରୁ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ କହିଛନ୍ତି, ୨୦୧୭ ମସିହାରୁ ଏହି ପ୍ରଥା ଉଚ୍ଛେଦ କରିବା ପାଇଁ ଆମେ ଦାବି ଜଣାଇ ଆସୁଥିଲୁ। ଏଥିପାଇଁ କର୍ମଚାରୀମାନେ ଦୀର୍ଘଦିନ ଧରି ଆନ୍ଦୋଳନ କରିଥିଲେ। ୨ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ସହ ଆମର ଆଲୋଚନା ହୋଇଥିଲା। ଆଲୋଚନାବେଳେ ଖୁବଶୀଘ୍ର ଏହି ପ୍ରଥା ଉଚ୍ଛେଦ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପୂର୍ବରୁ ଏହା ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ଏକ ବଡ଼ ଭେଟି। ଏଥିପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ। ସେହିପରି ରାଜ୍ୟ ସରକାର ୫୭ ହଜାର କର୍ମଚାରୀଙ୍କ ପରିବାରରେ ହସ ଫୁଟାଇଥିବାରୁ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ବରିଷ୍ଠ ନେତା ପ୍ରଭାକର ଜୟସିଂ ଧନ୍ୟବାଦ ଦେଇଛନ୍ତି। ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ତରଫରୁ ମଧ୍ୟ ଏହି ଐତିହାସିକ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି।

kalyan agarbati

Comments are closed.