ଶିକ୍ଷାମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ଼; ସମୀରଙ୍କ ଇସ୍ତଫା ସହ ଗିରଫ ଦାବି କଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର: ଜେ.ପି ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ଧୀରେ ଧୀରେ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । ରାଜ୍ୟ ସରକାରଙ୍କୁ ଘେରୁଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଆଜି ବିଜେପି ପକ୍ଷରୁ ଏକ ଅଡିଓ ଜାରି କରାଯାଇ ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଥିବା ଦାବି କରାଯାଇଥିବା ବେଳେ, କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ଆନ୍ଦୋଳନ କରାଗଲାଣି ।
ମନ୍ତ୍ରୀ ସମୀର ଦାଶଙ୍କ ସରକାରୀ ବାସଭବନ ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଖାଲି ବିକ୍ଷୋଭ ନୁହେଁ, ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ତାହା ସହ ସମୀରଙ୍କ ଘର ଭିତରକୁ କଂଗ୍ରେସ ଧସେଇ ପଶିବାକୁ ଉଦ୍ୟମ କରିଛି ।
ଫଳରେ ପୁଲିସ ଓ ଛାତ୍ର କଂଗ୍ରେସର କର୍ମୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ମନ୍ତ୍ରୀଙ୍କୁ ତୁରନ୍ତ ଗରିଫ କରିବା ସହ ମନ୍ତ୍ରୀ ପଦରୁ ସମୀର ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଛାତ୍ର କଂଗ୍ରେସ । ଅନ୍ୟପଟେ ସମୀରଙ୍କୁ ନେଇ ରାଜ୍ୟ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଛି ଛାତ୍ର କଂଗ୍ରେସ । ସମୀର ଦାଶଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଥିବା ଅଭିଯୋଗ କରିଛି ।
Comments are closed.