www.samajalive.in
Monday, December 15, 2025
14.1 C
Bhubaneswar

ସିବିଆଇ ପଞ୍ଝାରେ ମହିମା ମିଶ୍ର; ଚାଲିଛି ବିଭିନ୍ନ ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ସବିଆଇ ଜାଲରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । ମହିମାଙ୍କ ଘର ସମେତ କାର୍ଯ୍ୟାଳୟରେ ସିବିଆଇ ଟିମ୍‌ ଚଢ଼ାଉ କରୁଥିବା ଜଣାପଡ଼ିଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଉଥିବା ବେଳେ ଏଥିରେ ସିବିଆଇର ବହୁ ଅଧିକାରୀ ସାମିଲ ଥିବା କୁହାଯାଉଛି । ଏଥି ସହିତ କଟକ ଓଡ଼ିଆ ବଜାରରେ ଥିବା ମହିମା ମିଶ୍ରଙ୍କ ଘର ଓ ଲିଂକ ରୋଡ୍‌ ସ୍ଥିତ ଓଏସଏଲ କାର୍ଯ୍ୟାଳୟରେ ମଧ୍ୟ ଯାଞ୍ଚ କରାଯାଉଛି । ସେପଟେ ପାରାଦୀପରେ ମଧ୍ୟ ଚାଲିଛି ଚଢ଼ାଉ । ବଡ଼ ପଡ଼ିଆ ସ୍ଥିତ ଓଏସଏଲ୍‌ ଅଫିସରେ ରେଡ୍‌ ଚାଲିଥିବା ବେଳେ ପାରାଦୀପ ପୋର୍ଟର ଜଣେ ପଦସ୍ଥ ଅଧିକାରୀଙ୍କୁ ସିବିଆଇ ଜେରା କରୁଛି । ମିଳିଥିବା ସୂଚନା ଅନୁସାରେ ପଦସ୍ଥ ଅଧିକାରୀଙ୍କ ସହ ଜଣେ ଠିକାଦାରଙ୍କୁ ମଧ୍ୟ ସିବିଆଇ ଜେରା କରୁଥିବା ଜଣାପଡ଼ିଛି । ଉଭୟଙ୍କୁ ପାରାଦୀପର ଏକ ଗେଷ୍ଟହାଉସକୁ ନେଇ ପଚରାଉଚରା କରାଯାଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories