www.samajalive.in
Monday, December 15, 2025
15.1 C
Bhubaneswar

ଜିଲା ସ୍ତରୀୟ ସମନ୍ୱିତ ରୋଗ ପ୍ରତିରୋଧ ସଂକ୍ରାନ୍ତିୟ ପ୍ରସ୍ତୁତି ବୈଠକ 

ବୌଦ୍ଧ : ସଂପ୍ରତି ରାଜ୍ୟର ୧୦ରୁ ଅଧିକ ଜିଲାରେ ତରଳଝାଡ଼ା ରୋଗ ବ୍ୟାପିବା ପରିପ୍ରକ୍ଷୀରେ ବୌଦ୍ଧଜିଲାରେ ଏହାର ପ୍ରତିରୋଧ ଓ ନିରାକରଣ ସଂକ୍ରାନ୍ତୀୟ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଭାରପ୍ରାପ୍ତ ଜିଲାପାଳ ବବିତାରାଣୀ ଦଳବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ସଭା ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ ଜିଲାରେ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନର ସ୍ଥିତି ଉପରେ ଆଲୋକପାତ କରିଥିଲେ।
ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନ ମୋହନ ପ୍ରଧାନ ଜିଲାରେ ତରଳଝାଡ଼ା, ମ୍ୟାଲେରିଆ, ଡେଙ୍ଗୁ, ଯକ୍ଷ୍ମା, କୁଷ୍ଠବ୍ୟାଧି, କୋଭିଡ୍ ରୋଗର ସ୍ଥିତି, ଏସବୁର ନିୟନ୍ତ୍ରଣ ତଥା ଜିଲାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦାୟୀତ୍ୱ ସଂପର୍କରେ ବିସ୍ତ୍ରୃତ ଆଲୋଚନା କରିଥିଲେ। ଶେଷରେ ଭାରପ୍ରାପ୍ତ ଜିଲାପାଳ ସହରାଂଚଳ, ଗ୍ରାମାଂଚଳ ଓ ବିଦ୍ୟାଳୟ ସ୍ତରରେ ନିୟମିତ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ରକ୍ତହୀନତା ନିୟନ୍ତ୍ରଣ ତଥା ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା, ଶତପ୍ରତିଶତ କୋଭିଡ୍ ଟିକାକରଣ କରାଇବା ନେଇ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଆହ୍ୱାନ କରିଥିଲେ। ଜିଲ୍ଲା ତଥା ସମସ୍ତ ବ୍ଲକ୍, ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଗାଁ କଲ୍ୟାଣ ସମିତି ସ୍ତରରେ ସମନ୍ୱିତ ରୋଗ ପ୍ରତିରୋଧ ସଂପର୍କିତ ସଭା କରି ଜନସାଧାରଣଙ୍କୁ ସଚେତନ କରିବାକୁ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତି ହୋଇଥିଲା। ଅନ୍ୟମାନଂକ ମଧ୍ୟରେ ଜିଲ୍ଲା ପଂଚାୟତ ଅଧିକାରୀ ଲଛମନ ଓରାମ୍, ଜିଲା ସମାଜ ମଙ୍ଗଳ ଅଧିକାରୀ, ମୀନତି ପତି, ଡିପିଏମ୍ ରୂପକ ମହାପାତ୍ର, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଅର ସିଂ, ସମସ୍ତ ବ୍ଲକର ସ୍ୱାସ୍ଥ୍ୟ ଅଧିକାରୀ, ମହିଳା ଓ ଶିଶୁ ବିକାଶ ଅଧିକାରୀ, ଜିଲା ଜନସ୍ୱାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories