www.samajalive.in
Monday, December 15, 2025
24.1 C
Bhubaneswar

ବିଦୂର ନୀତି ; ଏହି ଗୁଣ ଥିବା ବ୍ୟକ୍ତିଙ୍କୁ ସର୍ବଦା ମିଳେ ସମ୍ମାନ ,ସଫଳତା

ସନାତନ ପରମ୍ପରାରେ ବିଭିନ୍ନ ନୀତି ବିଷୟରେ ଜଣାଉଥିବା ଅନେକ ବିଦ୍ୱାନ ରହିଛନ୍ତି। ଯାହାଙ୍କର ଅମୂଳ୍ୟ କଥା ଆଜି ମଧ୍ୟ ସଭିଁଙ୍କୁ ସତ୍‍ ମାର୍ଗ ପ୍ରଦର୍ଶିତ କରିଥାଏ। ଦୁନିଆରେ ଥିବା ଅନେକ ବିଦ୍ୱାନ ମାନଙ୍କ ମଧ୍ୟରେ ମହାତ୍ମା ବିଦୂରଙ୍କ ନାମ ଖୁବ ପରିଚିତ। ମହାନ ବିଚାରକ ଓ ଦୂରଦର୍ଶୀ ଧର୍ମାତ୍ମା ବିଦୂର ମହାଭାରତର ସମୟର ଅନେକ କଥା ଯାହା ଜୀବନ ସହ ଜଡିତ ,ସେହି ଅନେକ ଅମୂଲ୍ୟ କଥା କହିଛନ୍ତି ଯାହା ବ୍ୟକ୍ତିଙ୍କ ଉନ୍ନତିର ରାସ୍ତାରେ ନେଇଯାଏ। ମହାତ୍ମା ବିଦୂର ମନୁଷ୍ୟଙ୍କ ମଧ୍ୟରେ ଦେଖାଯାଉଥିବା ସେହି ୮ଟି ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହା ଦ୍ୱାରା ମନୁଷ୍ୟ ଦୁନିଆର କୋଣ ଅନୁକୋଣରେ ପହଞ୍ଚି ସଫଳତା ପାଇପାରିବ।
ମହାତ୍ମା ବିଦୂରଙ୍କ ଅନୁଯାୟୀ, କେବଳ ବୁଦ୍ଧି ଥିଲେ ନୁହେଁ ବରଂ ତାହାର ସଦୁପଯୋଗ କରିବା ନିତାନ୍ତ ଆବଶ୍ୟକ। ସଠିକ ଭାବେ ବୁଦ୍ଧିର ବ୍ୟବହାର କରିବା ଦ୍ୱାରା ବ୍ୟକ୍ତି ନିଜ ଜୀବନରେ ସଫଳତା ଓ ସମ୍ମାନ ପ୍ରାପ୍ତି ହୋଇଥାଏ।
ବ୍ୟକ୍ତିଙ୍କ ସ୍ୱଭାବ ତା’କୁ ସର୍ବଦା ଏକ ଭିନ୍ନ ପରିଚୟ ପ୍ରଦାନ କରିଥାଏ। ସ୍ୱଭାବ ସରଳ ଓ ସହନଶୀଳ ହେବା ଦ୍ୱାରା ସେମାନେ ସର୍ବଦା ଲୋକଙ୍କ ପ୍ରିୟପାତ୍ର ହୋଇ ରହିବେ ଓ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ ମିଳିବ।
ବ୍ୟକ୍ତି ସର୍ବଦା ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବା ଉଚିତ। ଏହାଦ୍ୱାରା ବ୍ୟକ୍ତିଙ୍କୁ ସଫଳତା ଓ ମାନସମ୍ମାନ ମିଳିଥାଏ।
ନିଜ ପାଖରେ ସର୍ବଦା ଜ୍ଞାନ ରଖନ୍ତୁ। ଏହାଦ୍ୱାରା ଆପଣ ସର୍ବଦା ସମ୍ମାନର ପାତ୍ର ହେବା ସହ ଜୀବନରେ ଖୁସି ମିଳିବ।
ସର୍ବଦା ପରାକ୍ରମୀ ହୁଅନ୍ତୁ। ସାହାସର ସହ ସର୍ବଦା କାମ କରନ୍ତୁ। ମାତ୍ର ସଠିକ ମାର୍ଗରେ ହିଁ ରୁହନ୍ତୁ।
ବ୍ୟକ୍ତିଙ୍କୁ ସର୍ବଦା ବୁଝିବିଚାରି ସ୍ଥିତି ପରିସ୍ଥିତିକୁ ନଜରରେ ରଖି କଥାବାର୍ତ୍ତା କରିବା ଉଚିତ। ଏହାଦ୍ୱାରା ଆପଣ ସଭିଁଙ୍କ ପ୍ରିୟପାତ୍ର ହୋଇ ରହିବେ।
ଦାନ କରନ୍ତୁ। ଏହାଦ୍ୱାରା ଖ୍ୟାତି ଅର୍ଜନ ସହ ମାନସମ୍ମାନ ବଢିଥାଏ।
ଯେଉଁମାନଙ୍କ ମଧ୍ୟରେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଇଚ୍ଛାର ସ୍ୱଭାବ ଥାଏ, ସେମାନେ ସର୍ବଦା ମାନସମ୍ମାନ ପାଇଥାଆନ୍ତି। ଏମାନଙ୍କୁ ସବୁ ସମୟରେ ସହଯୋଗ ମିଳିଥାଏ।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories