କାରାଗାରରୁ ମୁକୁଳିଲେ ଭୀମ୍‍ ଆର୍ମି ମୁଖ୍ୟ

0

ଲକ୍ଷ୍ନୌ : ବିବାଦୀୟ ‘ଭୀମ ଆର୍ମି’ ମୁଖଁ ଚନ୍ଦ୍ରଶେଖର ଆଜାଦ ଦୀର୍ଘ ବର୍ଷକ ପରେ ଶୁକ୍ରବାର କାରାଗାରରୁ ମୁକୁଳିଛନ୍ତି। ଏଥିସହିତ ଆଗାମୀ ନିର୍ବାଚନରେ ବିଜେପିର ମୂଳୋତ୍ପାଟନ ପାଇଁ ନିଜର ପ୍ରତିବଦ୍ଧତା ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶର ସାହାରନପୁର ନିକଟ ଶବିରପୁରଠାରେ ଗତ ବର୍ଷ ମେ ୫ରେ ଅନୁଷ୍ଠିତ ଜାତିଗତ ହିଂସାକାଣ୍ଡକୁ ଉସୁକାଇଥିବା ଅଭିଯୋଗରେ ପୁଲିସ ୩୧ବର୍ଷୀୟ ଆଜାଦଙ୍କୁ ଜୁନ୍‍ ମାସରେ ହିମାଚଳପ୍ରଦେଶର ଡେଲହାଉସିରୁ ଗିରଫ କରିଥିଲା। ଆଲ୍ଲାହାବାଦ ହାଇକୋର୍ଟ ତାଙ୍କୁ ଏହି ମାମଲାରେ ଜାମିନ ପ୍ରଦାନ କରିଥିଲେ ମଧ୍ୟ ପରେ ପୁଲିସ ତାଙ୍କୁ ଏନ୍‍ଏସ୍‍ଏରେ ଗିରଫ କରିଥିଲା। କାରାଗାରରେ ସେ ଆସନ୍ତା ନଭେମ୍ବର ୧ ପର୍ଯ୍ୟନ୍ତ ରହିବାର ଥିଲେ ମଧ୍ୟ ମା’ଙ୍କ ଆବେଦନକ୍ରମେ ତାଙ୍କୁ ଆଗୁଆ ମୁକ୍ତ କରାଯାଇଛି। ଅଜାଦଙ୍କ ମୁକ୍ତି ପରେ ତାଙ୍କର ଦଳିତ ସମର୍ଥକମାନେ ଉତ୍ସବ ପାଳନ କରିଛନ୍ତି।

Leave A Reply