କଟକରେ ପାର୍ବଣ ସମୟରେ ଡିଜେ, ଏଲଇଡି ଲାଇଟ୍ ଓ ଫାୟାରଗନ୍ ମନା
କଟକ : କଟକରେ ପାର୍ବଣ ସମୟରେ ଡିଜେ, ଏଲଇଡି ଲାଇଟ୍ ଓ ଫାୟାରଗନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ପାର୍ବଣକୁ ସୁରକ୍ଷିତ କରିବାକୁ ଜିଲାପାଳ ଏନେଇ କଟକଣା ଜାରି କରିଛନ୍ତି । ନଭେମ୍ବର ୨୬ ପର୍ଯ୍ୟନ୍ତ ଡିଜେ, ଏଲଇଡି ଲାଇଟ୍, ଫାୟାର ଗନ୍ ଆଦୌ ବ୍ୟବହାର ହେବନି ବୋଲି କଡା ନିର୍ଦ୍ଦେଶ ରହିଛି । ପୂଜା ପେଣ୍ଡାଲ, ଭସାଣ ଶୋଭାଯାତ୍ରା, ବାଲିଯାତ୍ରାରେ ଡିଜେ, ଏଲଇଡି ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ କଟକଣା ଲଗାଯାଇଛି । ଅଧିକ ଶବ୍ଦ କରୁଥିବା ବାଣ ପାର୍ବଣ ଓ ବାଲିଯାତ୍ରାରେ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଛି । କଟକର ସବୁ ଥାନା ଅଧିକାରୀଙ୍କୁ ନିୟମ କଡାକଡି ପାଳନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.