www.samajalive.in
Monday, December 8, 2025
27.1 C
Bhubaneswar

ଏହି ସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର

ମେଷ: ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। ଭ୍ରାତୃଭାବ ଅତୁଟ ରହିବ। ତେଜସ୍ବୀ ଓ ଧାର୍ମିକ ହେବେ। ଶତ୍ରୁବିନାଶ, ବହୁ ଧନ, ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି। ସୁସ୍ଥ ରହିବେ। ସୁଖୀ ଓ ନିରଳସ ହେବେ।
ବୃଷ: ଆୟୁଷ୍ମାନ୍‌ ହେବେ। ବିଦ୍ବାନ୍‌ ହୋଇପାରନ୍ତି। ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଦେବ, ଦ୍ବିଜ ଭକ୍ତ ହୋଇପାରନ୍ତି। ରୂପବାନ୍‌ ହେବେ। ଗୃହ ପରିବେଶ ଉତ୍ତମ ମାନର ହେବ। ନିରୋଗ ଶରୀରଯୁକ୍ତ ହେବେ।
ମିଥୁନ: ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ଭିନ୍ନ ଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। କର୍କଟ:ଧନବାନ୍‌ ହେବେ। ଅପାର ଗୁଣର ଆଧାର ହୋଇପାରନ୍ତି। ରୋଜଗାର ଆଶାନୁରୂପ ହେବ। ମତିମାନ୍‌ ହେବେ। ତ୍ୟାଗଶୀଳ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। କୀର୍ତ୍ତିଶାଳୀ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ।
ସିଂହ: ଭଲ ଆୟ ହେବ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଧନସମ୍ପଦ ଭରପୂର ରହିବ। ସମାଜରେ ଗୌରବପ୍ରାପ୍ତ ହେବେ।

କନ୍ୟା:ଥଣ୍ଡା କ୍ଲେଶଜନିତ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଗୁପ୍ତ ବିଦ୍ୟାରେ ରୁଚି ରହିବ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି।
ତୁଳା: ଗଣିତ ଶାସ୍ତ୍ରରେ ପାରଙ୍ଗମ ହେବେ। ସୁନ୍ଦର ଦ୍ରବ୍ୟର ଅଭିଳାଷୀ ହୋଇପାରନ୍ତି। ଧନ ସଂଗ୍ରହ ପାଇଁ ଶକ୍ତି ଓ ସମୟର ବିନିଯୋଗ କରିପାରନ୍ତି। ମନୋରଞ୍ଜନ ସ୍ଥାନ ପ୍ରତି ଆକର୍ଷିତ ହେବେ।
ବିଛା: ଧନବାନ୍‌ ହେବେ। ରାଜସେବକ ହୋଇପାରନ୍ତି। ସୁସ୍ଥ ରହିବେ। ବୁଦ୍ଧିମାନ୍‌ ହେବେ। ମହିଳାମାନଙ୍କର ପ୍ରିୟପାତ୍ର ହୋଇପାରନ୍ତି। ସ୍ବାଭିମାନୀ ହେବେ। ମିତଭାଷୀ ଓ ସ୍ବଚ୍ଛ ଗୁଣସମ୍ପନ୍ନ ହୋଇପାରନ୍ତି।
ଧନୁ: ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। କଳା କୁଶଳୀ ହୋଇପାରନ୍ତି। ଦୈବୀ ଶକ୍ତିର ପୂର୍ଣ୍ଣ ସହାୟତା ପାଇବେ। ପତ୍ନୀଙ୍କ କଥାରେ ପରିଚାଳିତ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ମହିଳା ସହାୟତା ପାଇବେ।
ମକର: ସୁଶିକ୍ଷିତ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ପତ୍ନୀପ୍ରିୟା ଓ ସୁଖଦା ହେବେ। ନୃତ୍ୟ ସଙ୍ଗୀତ ପ୍ରିୟ ହୋଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟ ଭାବିଚିନ୍ତି କରିବାକୁ ପଡ଼ିବ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ। କୁମ୍ଭ:ଶିକ୍ଷାବିତ୍‌ଭାବେ ଉଚ୍ଚ ସମ୍ମାନର ଅଧିକାରୀ ହୋଇପାରନ୍ତି। ଦୟାଳୁ ସ୍ବଭାବର ହେବେ। ଦୂରଦର୍ଶୀ ଓ ବିବେକୀ ହୋଇପାରନ୍ତି। ସେବା ଧର୍ମରେ ଦୀକ୍ଷିତ ହେବେ। ବେପରବାୟ ପ୍ରକୃତିର ହୋଇପାରନ୍ତି।
ମୀନ: ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ସତ୍‌କାମରେ ନିୟୋଜିତ ହୋଇ ପଥଭ୍ରଷ୍ଟଙ୍କ ମାର୍ଗ ଦର୍ଶକ ହେବେ। ଶୃଙ୍ଖଳିତ କାର୍ଯ୍ୟରେ ଭାଗ ନେଇ ଉଚ୍ଚ ପ୍ରଶଂସା ଲାଭ କରିବେ। ସୁଖୀ ହେବେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories