ଶୁଖିଯାଉଛି ଭେଡେନ ନଦୀର ଚିରତ୍ସୋତା ଧାର; ଉଜୁଡିଯାଉଛି ତଟବର୍ତ୍ତି ଲୋକଙ୍କ ଜୀବିକା

ରେଙ୍ଗାଲି: ସରକାର ନଦୀ ସୁରକ୍ଷା ଏବଂ ନଦୀଜଳ ସଂଯୋଗୀ କରଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ନଦୀ ନାଳ ଉପରେ ଅବିଚାରିତ ଭାବରେ ଅତ୍ୟାଚାର ହେଥିବାରୁ ଚିରତ୍ସୋତା ନଦୀ କ୍ରମଶଃ ଶୁଖିବା ରେ ଲାଗିଛି। ସୁନ୍ଦରଗଡ ଜିଲ୍ଲା ର ବଣାଇଁ ସବ୍ଡିଭିଜନ ରୁ ଉତ୍ପତ୍ତି ହୋଇ ସମ୍ବଲପୁର ଜିଲ୍ଲା ର କୁଚିଣ୍ଡା,ଲଇଡା ନିକଟସ୍ଥ ଦଳପତପାଲି,ଦେହେରିପାଲି,ଠେଲକୁଲି,ଖିଣ୍ଡା ଝାରସୁଗୁଡା ଜିଲ୍ଲାର କୋଳାବିରା ବ୍ଲକ୍ ର ମଙ୍ଗରାପାଲି,ଗୁଚ୍ଛାପାଲି,ସୋଢାମାଲ, ଅମନାପାଲି,ମହାଦେବପାଲି,ବେଳମୁଣ୍ଡା,ସମାସିଂହା, କାତିକେଲା ,ଶ୍ରୀପୁରା.ଖେରୁଆଲ୍ ତରେଇକେଲା ଆଦି ଗ୍ରାମ ପାର୍ଶ୍ବ ଦେଇ ପ୍ରବାହିତ ହେଉଥିବା ଭେଡେନ ନଦୀ ଏହାର ଏକ ଜ୍ୱଳନ୍ତ ଉଦାହରଣ ଅଟେ। ଇବ୍ ନଦୀର ଏକ ମୁଖ୍ୟ ଉପନଦୀ ବୋଲି ବିବେଚିତ ହେଉଥିବା ଭେଡେନ ନଦୀ ରେ କିଛି ବର୍ଷ ପୂର୍ବେ ଜଳଧାରା ବର୍ଷସାରା ପ୍ରବାହିତ ହେଉଥିଲା। ନଦୀ ତଟବର୍ତ୍ତି ଅଞ୍ଚଳ ପାଇଁ ଏହି ନଦୀ ଜୀବନ ଜୀବିକାର ଏକ ଅଧାର ତଥା ଜୀବନ ଧାରା ଥିଲାକହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ପରିତାପ ର ବିଷୟ ଯେ ସଂପ୍ରତି ଏହି ନଦୀ ର ଧାର ଶୁଖିଯାଉଛି। ଭେଡେନ ନଦୀର ଉଭୟ ପାଶ୍ୱର୍ ରେ ଥିବା ବ୍ୃକ୍ଷରାଜି ର ବିନାଶ, ନଦୀ ଗର୍ଭରୁ ଅବିଚାରିତ ଭାବରେ ବାଳି ଉତ୍ତୋଳନ, ଡିନମାଇଟ ବିସ୍ପୋରଣ କରି ପଥର ଖନନ,ନଦୀପାଶ୍ୱର୍ରେ ଛତୁଫଟିଲା ଭଳି ବଡବଢ ଇଟା ଭାଟି ପ୍ରତିଷ୍ଠା କରାଯିବା ଆଦି ବିନାଶକାରି ପ୍ରକ୍ରିୟା ପ୍ରତିଯୋଗିତା ଭିତ୍ତି ରେ ଚାଲିଥିବାରୁ ଭେଡେନ ନଦୀ ର ଅସ୍ତିତ୍ୱ ଏବେ ଘୋର ସଙ୍କଟରେ ଥିବାର ଦେଖିବାକୁ ମିଳୁଛି। ବ୍ୟାପକ ମ୍ୃତ୍ତିକ୍ଷୟ ଯୋଗୁଁ ଏହି ନଦୀର ଗଭିରତା କ୍ରମଶଃ ହ୍ରାସ ପାଇ ନଦୀ କୂଳ ଖାଇ ଓସାରିଆ ହେବାରେ ଲାଗିଛି। ଖିଣ୍ଡା, ଠେଲକୁଲି, ଚାଲଟିକ୍ରା, ଆଦି ନଦୀ ତଟବର୍ତ୍ତି ଅଞ୍ଚଳରେ ବେଆଇନ ଭାବରେ ଇଟାଭାଟି ସ୍ଥାପନ କରି ନଦୀକୂଳର ମାଟିରେ ଇଟା ପ୍ରସ୍ତୁତ ଚାଲିଥିବାରୁ ଦ୍ରୁତ ଗତିରେ ମ୍ୃତ୍ତିକା କ୍ଷୟ ହେବାରେ ଲାଗିଛି। ଏହାଦ୍ୱାରା ମାଟିର ଉର୍ବରତା ନଷ୍ଟ ହେବା ସହିତ ଏହାର ପ୍ରତିକୂଳ ପ୍ରଭାବ ଚାଷ ଉପରେ ପଡୁଛି। ପୁଣି ଏହି ନଦୀକୁ ସଂଯୋଗ କରୁଥିବା ବିଭିନ୍ନ ବଣ ପାହାଡ ଓ ଜଙ୍ଗଲରୁ ବାହାରିଥିବା ଛୋଟ ଛୋଟ ଯୋର୍ ଏବଂ ନାଳଗୁଡିକ ମଧ୍ୟ କ୍ରମଶଃ ସଙ୍କୁଚିତ ହୋଇ ଶୁଷ୍କ ହୋଇଯାଉଥିବାର ମଧ୍ୟ ଦେଖାଯାଉଛି।

 

prayash

ଏହି ନଦୀରେ ଥିବା ଯେଉଁ ଦରହ୍ ମାନଙ୍କରେ ଗ୍ରୀଷ୍ମଋତୁରେ ହାତୀ ବୁଡିଯିବା ଭଳି ୪୦/୫୦ଫୁଟ ପାଣି ରହୁଥିଲା। ବର୍ତ୍ତମାନ ସେହି ଦରହ କେଉଁଠି ୬/୭ଫୁଟ ପାଣି ରହୁଛି। ଏପରିକି କେତେକ ଦରହ ନିଶ୍ଚିହ୍ନ ହୋଇଗଲାଣି ବୋଲି ପୁରୁଖା ଲୋକେ ମତପ୍ରକାଶ କରନ୍ତି। ନଦୀତଟବର୍ତ୍ତି ଅଞ୍ଚଳରେ ବସବାସ କରୂଥିବା ବୟସ୍କ ବ୍ୟକ୍ତି ମାନଙ୍କ କହିବା ଅନ୍ୟୁାୟୀ ବିଗତ ୧୫/୨୦ ବର୍ଷ ମ଼ଧ୍ୟ ରେ ପ୍ରାୟ ୧୦ଟି ଦରହ ବିଲୁପ୍ତ ହୋଇଗଲାଣି। ବର୍ତ୍ତମାନ ଥିବା ଘୁଘର ଦରହ, ଖାମି ଦରହ, ଲଇଡା ଦରହ, ସମଲେଇ ଦରହ ବାଗଡିଆ ଦରହ, କାଦୋ, ଡୁଙ୍ଗା, ରାନି ଏବଂ ବରଘାଟ ଆଦି ଦରହ ମାନଙ୍କରେ ଯେତେ ଗଭୀରତା ଓ ଆୟତନରେ ପାଣି ଜମା ହୋଇ ରହୁଥିଲା ତାହା କ୍ରମଶଃ ସଙ୍କୁଚିତ ହେବାରେ ଲାଗିଛି। ନଦୀର ଏଭଲି ବିପର୍ଯ୍ୟୟ ଯୋଗୁଁ ଏହାର ତଟବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଜୀବନ ଜୀବିକା ମଧ୍ୟ ଉଜୁଡି ଯାଇଛି। ଆଗ ଭଳି ନଦୀତଟବର୍ତ୍ତି ଉର୍ବରମାଟି ରେ ଖରାଟିଆ ଚାଷ ହୋଇପାରୁନାହିଁ। ଦରହ ମାନଙ୍କରେ ଗ୍ରୀଷ୍ମଋତୁରେ ପୂର୍ବବର୍ଷ ମାନଙ୍କ ଭଲି ପାଣି ରହୁ ନଥିବାରୁ ମାଛ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଫଳରେ ମାଛମାରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବିମାନଙ୍କ ଜୀବିକା ପ୍ରଭାବିତ ହେଉଛି। ନଦୀର ଚିରସ୍ରୋତା ଧାର ଶୁଖି ଯାଉଥିବାରୁ ତଟବର୍ତ୍ତି ଅଞ୍ଚଳବାସୀଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହେଉଥିବାର ଦେଖିବାକୁ ମିଳୁଛି। ସରକାର ନଦୀ ସୁରକ୍ଷା ତଥା ନଦୀଜଳ ସଂଯୋଗୀକରଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଭେଡେନ ନଦୀର ଏଭଳି ବିପର୍ଯୟକୁ ରୋକିବା ଦିଗରେ କୌଣସି ଫଳପ୍ରସୂ ପଦକ୍ଷେପ ଗ୍ରହଣ କରାଯାଉଥିବାର ଦେଖାଯାଉ ନାହିଁ । ଏହି ନଦୀର ସୁରକ୍ଷା ପାଇଁ ଦ୍ୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରା ନଗଲେ ଆଗମାୀକିଛି ବର୍ଷ ପରେ ଭେଡେନ ନଦୀ ଅତିତର ସ୍ମ୍ମୃତି ହୋଇ ଇତିହାସ ବହି ରେ ସ୍ଥାନ ପାଇବା ର ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ।

kalyan agarbati

Comments are closed.