www.samajalive.in
Sunday, December 7, 2025
14.1 C
Bhubaneswar

କଳାହାଣ୍ଡିରେ ସିବିଆଇ ଟିମ୍, ଜାଲ୍‌ ସାର୍ଟିଫିକେଟଧାରୀଙ୍କ ମଧ୍ୟ​‌ରେ କୋକୁଆ ଭୟ

ଭବାନୀପାଟଣା: ନକଲି ସାର୍ଟିଫିକେଟ ବଳରେ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଥିବା ଲୋକଙ୍କୁ ସିବିଆଇ ଟିମ୍ ଜେରା କରୁଛି। ଗତବର୍ଷ ଡାକ ବିଭାଗ ଦ୍ଵାରା ଗ୍ରାମୀଣ ଡାକ ସେବକ ନିଯୁକ୍ତି ହେଇଥିଲା। ସେଥିରେ ଉତ୍ତରପ୍ରଦେଶର ନକଲି ସାର୍ଟିଫିକେଟ ଦେଇ କିଛି ଲୋକ ଚାକିରି ପାଇଥିଲେ। ତେବେ ସାର୍ଟିଫିକେଟ ତନଖିବେଳେ କେତେକ ପ୍ରାର୍ଥୀଙ୍କ ସାର୍ଟିଫିକେଟ ଜାଲ୍‌ ବୋଲି ଜଣା ପଡ଼ିଥିଲା। ଏନେଇ ବିଭାଗୀୟ ଅଧିକାରୀ ସିବିଆଇରେ ଅଭିଯୋଗ ପରେ ଗୁରୁବାର ସିବିଆଇର ଏକ ୨୦ ଜଣିଆ ଟିମ୍ କଳାହାଣ୍ଡିରେ ଚଢାଉ କରିଛନ୍ତି। ଏହି ଟିମ୍ ନର୍ଲା ଚାରି ଛକର ଏକ କମ୍ପ୍ୟୁଟର ଦୋକାନ ତନଖି କରିଥିଲେ। ପରେ କର୍ଲାମୁଣ୍ଡା ବ୍ଲକର ରିଞ୍ଜା, କୁନ୍ଦେଇପାଲି, ପୁଟିଗାଁ, ଖରଝୁରା ଗାଁର କେତେକ ଆବେଦନକାରୀଙ୍କ ଘରେ ଖାନ ତଲାସୀ ଜାରି ରଖିଛନ୍ତି।

ସେହିଭଳି କେସିଙ୍ଗା ବ୍ଲକ କୁଣ୍ଡାବନ୍ଧ ଗାଁ ପିପାଲପଡ଼ାର ରମେଶ ବିଶ୍ଵାଳଙ୍କୁ ସିବିଆଇ ଟିମ୍ ଖୋଜୁଛି। ଡାକ ସେବକ ପଦବୀରେ ନିଯୁକ୍ତି ପାଇଥିବା ରମେଶ ତଦନ୍ତକାରୀ ଟିମ୍‌କୁ ଦେଖି ଦୌଡ଼ି ପଳାଇ ଯାଇଥିବାରୁ ତାଙ୍କ ଘରେ ପୁଲିସ ଜଗିଛି। ସେହି ଗାଁର ଅନ୍ୟ ଦୁଇଜଣଙ୍କୁ ମଧ୍ୟ ସିବିଆଇ ଟିମ୍ ପଚରା ଉଚରା କରୁଛି। ଡାକ ବିଭାଗରେ କାର୍ଯ୍ୟରତ ଏହି ଅଞ୍ଚଳର ଜଣେ ବଡ ଅଧିକାରୀ ମଧ୍ୟ ସିବିଆଇ ସ୍କାନରରେ ଥିବା କୁହାଯାଉଛି। ଖବର ଲେଖାଯିବାସୁଦ୍ଧା ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍ ଚଢାଉ ଜାରି ରଖିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories