www.samajalive.in
Sunday, December 7, 2025
26.1 C
Bhubaneswar

ଧାରଣା ପରେ ଧାରଣା; ବିସ୍ଥାପିତ ଦୋକାନୀଙ୍କ ମନଉଣା

ଭବାନୀପାଟଣା: ଦୋକାନ ଘର ଖଣ୍ଡିକ ପାଇବାକୁ ସହରର ବିସ୍ଥାପିତ ଦୋକାନୀମାନେ ବାର ଦୂଆର ହେଉଛନ୍ତି, ଧାରଣା ପରେ ଧାରଣା ଦେଉଛନ୍ତି। ଅଥଚ ବିସ୍ଥାପିତ ଦୋକାନୀଙ୍କ ଗୁହାରି ନଗରପାଳିକା କର୍ତ୍ତୃପକ୍ଷ ଶୁଣୁନାହାନ୍ତି। ଫଳରେ ଏବେ ପୁଣିଥରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଦେବାକୁ ଚେତାବନୀ ଦେଇଛି ବିସ୍ଥାପିତ ଦୋକାନୀ ସଂଘ। ବିସ୍ଥାପିତଙ୍କ ଦାବି ପ୍ରତି ନଗରପାଳିକା କର୍ତ୍ତୃପକ୍ଷ ଯତ୍ନଶୀଳ ହେବାକୁ ଦାବି କରି ଶୁକ୍ରବାର ନଗରପାଳିକା ସମ୍ମୁଖରେ ଏକ ଦିବସୀୟ ଧାରଣା ଦେଇ ନଗରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସେହି ମର୍ମରେ ଏକ ଦାବି ପତ୍ର ପ୍ରଦାନ କରିଛି ସଂଘ।

ଉଲ୍ଲେଖଯୋଗ୍ୟ ଯେ, ସହରର ସୋନ୍ଦର୍ଯ୍ୟକରଣ, ରାସ୍ତା ଚଉଡା ଆଦି ପାଇଁ ଅତୀତରେ ରାସ୍ତାକଡ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା । ବିଭିନ୍ନ ସମୟ ରେ ସେମାନଙ୍କୁ ଦୋକାନ ଘର ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦିଆ ଯାଇଥିଲା । ଅଥଚ ଦାବି ପୂରଣ ନ ହେବାରୁ ଗତ ବର୍ଷ ନଭେମ୍ବରରେ ସଂଘ ଧାରଣା ଦେଇଥିଲା । ନଗରପଳିକା ପକ୍ଷରୁ ଦୋକାନ ଦିଆଯିବାକୁ ପ୍ରତିଶ୍ରୁତି ପରେ ୪୭ ଦିନର ଧାରଣାକୁ ବିସ୍ଥାପିତ ଦୋକାନୀ ମାନେ ପ୍ରତ୍ୟାହୃତ କରିଥିଲେ । ଅଥଚ ସହରର ବିଭିନ୍ନ ଛକରେ ନଗରପାଳିକା ର ଦୋକାନ ଗୃହ ଗୁଡିକ ତିଆରି ହୋଇ ସାତ ବର୍ଷ ହେବ ପଡିରହିଛି। କିନ୍ତୁ ଏଯାଏଁ ଆବଣ୍ଟନ ହେଲାନାହିଁ। ସେହି ଦୋକାନ ଗୃହ ପାଇବା ପାଇଁ ବିସ୍ଥାପିତ ଦୋକାନୀ ସଂଘ ସଦସ୍ୟ ମାନେ ଗତବର୍ଷ ନଭେମ୍ବର ୧୫ ତାରିଖଠାରୁ ଭବାନୀପାଟଣା ନଗରପାଳିକା ସମ୍ମୁଖରେ ୪୭ ଦିନ ଧାରଣାରେ ବସିଥିଲେ । ତେବେ ୬ ମାସ ଭିତରେ ସମସ୍ତଙ୍କୁ ଦୋକାନ ଦିଆଯିବ ବୋଲି ପ୍ରତିଶୃତି ଦିଆ ଯାଇଥିଲା । ଅଥଚ ପ୍ରତିଶ୍ରୁତି ଦେବାର ବର୍ଷେ ପରେ ବି ନଗରପାଳିକା କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଲେ ନାହିଁ। ଆଇଟିଆଇ ମଧ୍ୟରେ ବିସ୍ଥପିତ ସଂଘ ନଗରପାଳିକା ଅଧିକାରୀଙ୍କୁ ଅକ୍ଟୋବର ୭ ଏବଂ ଜିଲ୍ଲାପାଳଙ୍କୁ ନଭେମ୍ବର ୨୨ ତାରିଖ ଦିନ ପୁଣି ଲିଖିତ ଅନୁରୋଧ କରିଥିଲେ। ତଥାପି କେହି ଏମାନଙ୍କ ହାରି ଗୁହାରି ଶୁଣିଲେ ନାହିଁ। ଫଳରେ ଆସନ୍ତା ୧୫ ଦିନ ମଧ୍ୟରେ ଦୋକାନ ଗୃହ ବଣ୍ଟନ ପାଇଁ ଆଜି ନଗରପାଳିକା ଆଗରେ ସଂଘ ପକ୍ଷରୁ ଏକ ଦିବସୀୟ ଧାରଣା ଦିଆଯାଇଛି। ଏହି ମର୍ମରେ ନଗରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସଂଘ କର୍ମକର୍ତ୍ତାମାନେ ଏକ ଦାବିପତ୍ର ପ୍ରଦାନ କରିଚନ୍ତି । ଆଗାମୀ ୧୫ ଦିନ ଭିତରେ ଯଦି ଦୋକାନ ଗୃହଗୁଡ଼ିକ ଯଦି ବିସ୍ଥାପିତ ଦୋକାନୀଙ୍କୁ ଦିଆନଯିବ ତେବେ ଆସନ୍ତା ଜାନୁଆରୀ ୨୩ ତାରିଖଠାରୁ ସଂଘ କର୍ମକର୍ତ୍ତା ମାନେ ନଗରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦିଷ୍ଟ କାଳ ଯାଏଁ ଧାରଣା ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି। ବିସ୍ଥାପିତ ଦୋକାନୀ ସଂଘ ସଭାପତି ରୋହିତ ଦୁର୍ଗାଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଜିର ଧାରଣା ରେ ଲକ୍ଷ୍ମୀନାରାୟଣ ପଣ୍ଡା, ବିଶ୍ୱନାଥ ବାଗ, ସୁଶାନ୍ତ କୁମାର ଯୋଶୀ, ପ୍ରମୋଦ କୁମାର ସେଠୀ, ଶୁଭେନ୍ଦୁ କୁମାର ରାଉତ, ରମେଶ କୁମାର ପାଢ଼ୀ, ସୁରେନ୍ଦ୍ର ଡାକୁଆ, ନିରୋଦ କୁମାର ରାଉତ, ମହାଦେବ ରାଉତ, ଅଶୋକ ଭାଟି, ସୁରେଶ ସଂଗ୍ରାମ ପ୍ରମୁଖଙ୍କ ସମେତ ସଂଘ କର୍ମକର୍ତ୍ତା ଯୋଗଦେଇ ଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories