www.samajalive.in
Sunday, December 7, 2025
18.1 C
Bhubaneswar

ପାତ୍ରପୁର ବ୍ଲକରେ ଭତ୍ତା ବଣ୍ଟନ କଲେ ମନ୍ତ୍ରୀ

ପାତ୍ରପୁର: ପାତ୍ରପୁର ବ୍ଲକଠାରେ ସୋମବାର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷାଦେବୀ ଯୋଗଦେଇ ସମସ୍ତ ହିତାଧିକାରୀଙ୍କୁ ପାଞ୍ଚ ମାସର ଭତ୍ତା ପ୍ରଦାନ କରିବା ସହିତ ଭତ୍ତା ପାଇଁ କେହି ଅର୍ଥ ଦାବୀ କଲେ ବିଡିଓଙ୍କୁ ଜଣାଇବେ ବୋଲି କହିଥିଲେ । ମୋଟ ୩୯୭ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ଏଥି ମଧ୍ୟରୁ ୩୨୪ ଜଣ ମଧୁବାବୁ ବିଧବା ଭତ୍ତା ମଧ୍ୟମରେ ଦିଆଯାଇଥିବା ବେଳେ ୭୩ ଜଣଙ୍କୁ ମଧୁବାବୁ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରାଯାଇଛି। ଏହା ସହିତ ଦୁଇଜଣ ଦିବ୍ୟାଙ୍ଗଙ୍କୁ ବଣ୍ଟନ ପୂର୍ବରୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ୱାଇ ସଂଯୁକ୍ତା, ଉପାଧ୍ୟକ୍ଷ ଅନାଦି ପଣ୍ଡିତ, ଏପି ନୋମିନି ସଚିଦାନନ୍ଦ ରାଜଗୁରୁଙ୍କ ସମେତ ବହୁ ଜନ ପ୍ରତିନିଧି ଯୋଗ ଦେଇଥିଲେ। ବିଡିଓ ପ୍ରକାଶ କୁମାର ଦାସ, ସିଡିପିଓ ସରୋଜ ବାଳା ଆଚାର୍ଯ୍ୟ, ସାମାଜିକ ସୁରକ୍ଷା ଅଧିକାରୀ ଦାମୋଦର ରେଡି ପ୍ରମୁଖ ଯୋଗ ଦେଇଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories