www.samajalive.in
Sunday, December 7, 2025
26.1 C
Bhubaneswar

୬୫ ବର୍ଷ ବୟସରେ ମଧ୍ୟ ଭତ୍ତା ପାଇଁ ଅପେକ୍ଷା

ଫୁଲବାଣୀ: ଜଣେ ମଧ୍ୟ ହିତାଧିକାରୀ ଯେଭଳି ଭାବେ ସରକାରଙ୍କ କୌଣସି ଯୋଜନାରୁ ବଞ୍ଚିତ ହେବେନାହିଁ ସେଥିପାଇଁ ଥରକୁ ଥର କରାଯାଇଛି ପ୍ରଶାସନିକ ସ୍ତରରେ ସର୍ଭେ। ତଥାପି ବଞ୍ଚିତ ହୋଇ ରହୁଛନ୍ତି କିଛି ଯୋଗ୍ୟ ହିତାଧିକାରୀ। ଏଭଳି ଜଣେ ୬୨ ବର୍ଷୀୟ ବୃଦ୍ଧା ହେଉଛନ୍ତି ସତ୍ୟ କହଁର।

କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ବଲସକୁମ୍ଫା ପଞ୍ଚାୟତର ଭଞ୍ଜରମୁଣ୍ଡା ଗ୍ରାମରେ ବାସକରିଥାନ୍ତି ସତ୍ୟ କହଁର। ଆଜକୁ ଦେଢ ବର୍ଷ ହେବ ତାଙ୍କର ଗୋଟିଏ ହାତ ପକ୍ଷାଘାତ ଯୋଗୁ ଅକାମି ହୋଇ ଯାଇଥିବାରୁ ଚଲାବୁଲା କିମ୍ବା କୌଣସି ପ୍ରକାର କାମଧନ୍ଦା କରିପାରୁନାହାନ୍ତି। ସତ୍ୟ କହଁର ଓ ତାଙ୍କ ସ୍ୱାମୀ ହାଡ଼ି କହଁରଙ୍କୁ ସରକାରଙ୍କ ତରଫରୁ ରାସନ୍‍ କାର୍ଡ଼ରେ ମାସକୁ ୧୦ କେଜି ଚାଉଳ ମିଳୁଥିବା ବେଳେ ବୃଦ୍ଧ ହାଡ଼ି କହଁରଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୫୦୦ ଟଙ୍କା ମାସକୁ ମିଳିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ବୃଦ୍ଧା ସତ୍ୟ କହଁରକୁ ସରକାରଙ୍କ ତରଫରୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ତାଙ୍କ ଦୁଇ ପୁଅ ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭତ୍ତା ମିଳିବା ସମ୍ଭବ ହୋଇନାହିଁ ବୋଲି ପ୍ରକାଶ କରିଛନ୍ତି ବୃଦ୍ଧାଙ୍କ ପରିବାର ବର୍ଗ। ତେବେ ବ୍ଳକ ପ୍ରଶାସନ ପକ୍ଷରୁ ବିିଭିନ୍ନ ସମୟରେ ନୂତନ ହିତାଧିକାରୀଙ୍କ ବିଭିନ୍ନ ପ୍ରକାର ଭତ୍ତା ଦିଆଯାଉଥିବା ନେଇ ବୈଠକ କରିବା ସହିତ ଭତ୍ତା ଦିଆଯାଉଥିବା ବେଳେ ବାସ୍ତବିକ କେଉଁ ମାନଙ୍କୁ ଦିଆଯାଉଛି ତାହା ଏବେ ସନ୍ଦେହ ଘେରରେ। ସତ୍ୟଙ୍କ ପରି ଏଭଳି ଅନେକ ଯୋଗ୍ୟ ହିତାଧିକାରୀ ବଞ୍ଚିତ ରହୁଥିବା ପଛରେ କିଏ ଦାୟୀ। ସେହିମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।ତୁରନ୍ତ ୬୫ ବର୍ଷର ବୃଦ୍ଧା ସତ୍ୟଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ଜିଲା ଓ ବ୍ଳକ ପ୍ରଶାସନ ନିକଟରେ ଦାବି କରିଛନ୍ତି ସତ୍ୟଭାମାଙ୍କ ଦୁଇ ପୁଅ।

- Advertisement -

ତେବେ ଏ ସମ୍ପର୍କରେ ବଲସକୁମ୍ଫା ପଞ୍ଚାୟତ ନିର୍ବାହୀ ଅଧିକାରୀ ଚକ୍ରଧର ମହାରଣାଙ୍କୁ ପଚାରିବାରେ ନିଶ୍ଚିତ ଭାବେ ବ୍ଳକ କାର୍ଯ୍ୟାଳୟକୁ ଯାଇ ଏହାର ତଦନ୍ତ କରିବା ସହିତ ସେ ଯେଭଳି ଭାବେ ତୁରନ୍ତ ଭତ୍ତା ପାଇ ପାରିବେ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ୬୦ ବର୍ଷ ପରେ ଭତ୍ତା ପାଇବା ପାଇଁ ଜଣେ ଗରୀବ ହିତାଧିକାରୀ ଯୋଗ୍ୟ ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଯୋଗ୍ୟ ଥାଇ ମଧ୍ୟ ଯେଉଁ ଭତ୍ତା ପାଇ ନାହାନ୍ତି ତାହା କିଏ ପ୍ରଦାନ କରିବ ବୋଲି ସାଧାରଣରେ ଦାବି ହୋଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories