www.samajalive.in
Monday, December 15, 2025
14.1 C
Bhubaneswar

ସାଂସଦ ଭର୍ତ୍ତୃହରିଙ୍କ ବିରୋଧରେ ବଧୂ ନିର୍ଯାତନା ଅଭିଯୋଗ

ଭୁବନେଶ୍ବର : ସାଂସଦ ଭର୍ତ୍ତୃହରି ମହତାବ, ପତ୍ନୀ ମହାଶ୍ବେ‌‌ତା ମହତାବ ଏବଂ ପୁଅ ଲୋକରଞ୍ଜନ ମହତାବଙ୍କ ବିରୋଧରେ ବୋହୂ ସାକ୍ଷୀ ମହତାବ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ମଧ୍ୟପ୍ରଦେଶ ଭୋପାଳ ଜିଲାର ମହିଳା ଥାନାରେ ବୋହୂ ସାକ୍ଷୀ ସୋମବାର ଏହି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତିକରି ମହିଳା ଥାନା ପୁଲିସ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୪୯୮(କ), ୪୦୬, ୫୦୬ ଓ ୩୪ରେ ମାମଲା ରୁଜୁ କରିଛି।
ଭୋପାଳ ନିବାସୀ ରାଜଶ୍ରୀ ସିଂହ ତୋମାରଙ୍କ କନ୍ୟା ସାକ୍ଷୀଙ୍କ ଅଭିଯୋଗ ଅନୁସାରେ ୨୦୧୬ ଡିସେମ୍ବର ୧୨ରେ ନୂଆଦିଲ୍ଲୀର ୯୪, ଶାହାଜାହାନ ରୋଡ଼ରେ ରହୁଥିବା ସାଂସଦ ଶ୍ରୀ ମହତାବଙ୍କ ପୁଅ ଲୋକରଞ୍ଜନଙ୍କ ସହିତ ନୂଆଦିଲ୍ଲୀର କୃଷ୍ଣା ମେନନଠାରେ ବିବାହ ହୋଇଥିଲା। ଏହି ବିବାହରେ ୩୦୦୦ ଅତିଥି ଯୋଗ ଦେଇଥିଲେ। ବାହାଘରରେ ୨.୫ କୋଟି ଟଙ୍କାର ଉପହାର ମିଳିଥିଲା। ବିବାହ ପରଦିନ ଶାଶୂ ଘର ଲୋକେ ତାଙ୍କୁ ଏହିସବୁ ଉପହାର ସାମଗ୍ରୀ ନ ରଖିବା ଲାଗି କହିଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଆଲୋଚନା ହୋଇଥିଲା। ଡିସେମ୍ବର ୧୭ରେ ସ୍ବାମୀ ଲୋକରଞ୍ଜନଙ୍କ ସହିତ ସେ କଟକସ୍ଥିତ ଶାଶୂ ଘରକୁ ଆସିଥିଲେ। ଏଠାରେ ତାଙ୍କୁ ଚାକରାଣୀଙ୍କ ଭଳି ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ୨୦୧୭ ଜାନୁଆରୀ ୩୦ରେ ସାକ୍ଷୀଙ୍କୁ ଗ୍ବାଲିୟର ପଠାଇ ଦିଆଯାଇଥିଲା। ସେଠାରେ କିଛି ଦିନ ରହିଥିଲେ। ସେ ବର୍ତ୍ତମାନ ବାପାମା’ଙ୍କ ସହିତ ଭୋପାଳରେ ରହୁଛନ୍ତି। ୨୦୧୭ ଜୁଲାଇରେ ତାଙ୍କ ବାପା ନୂଆଦିଲ୍ଲୀ ଆସିଥିଲେ। ଶ୍ବଶୁରଙ୍କ ଘର ବାହାରେ ତାଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା। କେହି ତାଙ୍କୁ ଘରକୁ ଯିବା ଲାଗି ଅନୁମତି ଦେଇ ନ ଥିଲେ। ୨୦୧୮ ଜାନୁଆରୀ ଏବଂ ଜୁଲାଇରେ ମଧ୍ୟ ସେ ଏକାଧିକବାର ତାଙ୍କ ସ୍ବାମୀ ଲୋକରଞ୍ଜନଙ୍କ ପାଖକୁ ଦିଲ୍ଲୀସ୍ଥିତ ବାସଭବନକୁ ଯାଇଥିଲେ। ତାଙ୍କୁ ଘର ଭିତରକୁ ଯିବାକୁ ଦିଆଯାଇ ନ ଥିଲା। ୪ ବର୍ଷ ଧରି ବାରମ୍ବାର ଉଦ୍ୟମ କରି ବିଫଳ ହେବା ପରେ ସେ ବାଧ୍ୟ ହୋଇ ଭୋପାଳସ୍ଥିତ ମହିଳା ଥାନାରେ ଅଭିଯୋଗ କରିଥିବା ଉଲ୍ଲେଖ କରିଛନ୍ତି।
ଘଟଣା ସମ୍ପର୍କରେ ସାଂସଦ ଶ୍ରୀ ମହତାବ ଗଣମାଧ୍ୟମକୁ କହିଛନ୍ତି ଯେ ଦୁଇବର୍ଷ ହେବ ତାଙ୍କ ପୁତ୍ରର ବିବାହ ବିଚ୍ଛେଦ ମାମଲା ଅଦାଲତରେ ବିଚାରାଧୀନ ରହିଛି। ଏ ବିଷୟରେ ଅଧିକ କିଛି ଟିପ୍ପଣୀ ଦେବା ସମୀଚୀନ ହେବନାହିଁ। ସେ କହିଛନ୍ତି ଯେ ତାଙ୍କ ଜୀବନ ଏକ ଖୋଲାବହି। ଜଣେ ବାପା ହିସାବରେ ସେ ଚାହୁଁଥିଲେ ଦୁଇଜଣ ଏକାଠି ରୁହନ୍ତୁ, କୌଣସି କାରଣରୁ ସେମାନେ ରହିପାରିଲେ ନାହିଁ। ବିବାହ ବିଚ୍ଛେଦ ମାମଲା ପତିଆଲା ଅଦାଲତରେ ବିଚାରାଧୀନ ରହିଛି। ଦୁଇଦିନ ତଳେ ଥାନାରେ ଏପରି ଅଭିଯୋଗ ହୋଇଛି। ଏହା ସମ୍ପୂର୍ଣ୍ଣ ଭାବେ ଏକ ବ୍ୟକ୍ତିଗତ ମାମଲା। ଯୌତୁକ ନିର୍ଯାତନା ଅଭିଯୋଗ କ’ଣ ୪ା୫ବର୍ଷ ପରେ କରାଯାଏ କି ବୋଲି ସେ ପ୍ରଶ୍ନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories