www.samajalive.in
Saturday, December 6, 2025
23.1 C
Bhubaneswar

ମେଜର ଓ ବାନ୍ଧବୀକୁ ଦୁର୍ବ୍ୟବହାର ଘଟଣା ; ଧରାପଡିଲେ ୭ ରୋଡ୍‌ ରୋମିଓ..

ଭୁବନେଶ୍ୱର : ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀକୁ ଦୁର୍ବ୍ୟବହାର ଘଟଣାରେ ଶୁକ୍ରବାର ୭ ଜଣ ରୋଡ୍‌ ରୋମିଓ କମିଶନରେଟ୍‌ ପୁଲିସ ହାତରେ ଧରାପଡିଛନ୍ତି। ସିସିଟିଭି ଆଧାରରେ ୭ ଜଣଙ୍କୁ ଧରାଯାଇଥିବା ବେଳେ ସେମାନଙ୍କୁ ଚନ୍ଦକା ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।ଚନ୍ଦକା ଥାନାରେ କ୍ରାଇମବ୍ରାଞ୍ଚ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଯୋଗ୍ୟ, ୧୫ ତାରିଖରେ ପଥରଗାଡିଆ ନିକଟରେ ୧୦ରୁ ୧୨ଜଣ ଦୁର୍ବୃତ୍ତ ଆସି ମେଜର ଓ ତାଙ୍କ ବାନ୍ଧବୀକୁ ଦୁର୍ବ୍ୟବହାର କରିଥିଲେ। ଗାଡି ଅଟକାଇବା ସହ ହାତାହାତି ହେବା ସହ ଆକ୍ରମଣ କରିଥିଲେ ଏବଂ ଧମକ ଦେଇଥିଲେ। ଏହାପରେ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ ।
ମେଜର ଏବଂ ତାଙ୍କ ବାନ୍ଧବୀ ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ତାଙ୍କୁ ଥାନା ଭିତରେ ଆଇଆଇସିଙ୍କ ସମେତ ଅନ୍ୟ ୪ ଜଣ ପୁଲିସ କର୍ମଚାରୀ ଅସଦାଚରଣ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ମହିଳା ପୁଲିସ କର୍ମଚାରୀ ବି ସାମିଲ ଥିଲେ। କିନ୍ତୁ ପରଦିନ ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୋଗ କରିବାକୁ ଆସିଥିବା ମହିଳା ପୁଲିସକୁ ଆକ୍ରମଣ କରିଥିବା ନେଇ କୁହାଯାଇଥିଲା।

ପାଠ ପଢୁଥିଲେ ; ବିଶ୍ୱବିଦ୍ୟାଳୟ ଏସିରୁ ହଠାତ୍‌ ବାହାରିଲା ସାପ, ଦେଖନ୍ତୁ ଭିଡିଓ..

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories