www.samajalive.in
Sunday, December 7, 2025
14.1 C
Bhubaneswar

ପାଠ ପଢୁଥିଲେ ; ବିଶ୍ୱବିଦ୍ୟାଳୟ ଏସିରୁ ହଠାତ୍‌ ବାହାରିଲା ସାପ, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ନୋଏଡାରେ ଶ୍ରେଣୀ କକ୍ଷରେ ପାଠ ପଢା ଯାଉଥିବା ସମୟରେ ସେଠାରେ ଥିବା ଏସିରୁ ହଠାତ୍‌ ଏକ ସାପ ବାହାରିଥିଲା । ସାପଟି ଏସି ଭିତରୁ ବାହାରକୁ ମୁହଁ କାଢି ରହିଲା । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ହୋସ୍‌ ଉଡି ଯାଇଥିଲା । ଏହି ଘଟଣା ନୋଏଡାର ଏକ ବିଶ୍ୱବିଦ୍ୟାଳୟର ବୋଲି ଜଣାପଡିଛି। ସକାଳ ସମୟରେ ଶ୍ରେଣୀ କକ୍ଷରେ ପାଠ ପଢା ହେଉଥିବା ସମୟରେ କିଛି ଛାତ୍ରଛାତ୍ରୀଙ୍କ ନଜର ଏସି ଉପରେ ପଡିଥିଲା।

- Advertisement -

ଏସିରୁ ସାପ ବାହାରୁଥିବା ଦେଖି ସମସ୍ତେ ଭୟଭୀତ ହୋଇ ଯାଇଥିଲେ । ଏସି ଭିତରୁ ଏକ କଳାରଙ୍ଗର ସାପ ଧିରେ ଧିରେ ବାହାରକୁ ଆସୁଥିଲା। ନୋଏଡା ବିଶ୍ୱ ବିଦ୍ୟାଳୟର ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ସାପକୁ ଦେଖି କିଛି ଛାତ୍ରଛାତ୍ରୀ ଏହାର ଭିଡିଓ ରେକର୍ଡ କରିଥିଲେ । ଉପସ୍ଥିତ ଥିବା ଅଧ୍ୟାପକ ପିଲାଙ୍କୁ ପ୍ରଥମେ ଶାନ୍ତ ହେବାକୁ କହିଥିଲେ । ବର୍ଷା ଦିନେ ବିଭିନ୍ନ ସ୍ଥାନରେ ସାପ ନଜର ଆସିଥାଏ । ମାତ୍ର ବିଶ୍ୱବିଦ୍ୟାଳୟର ଏସିରୁ ଏଭଳି ହଠାତ୍‌ ସାପ ବାହାରିବା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସବୁଦିନ ୧୦୦ ଥର ଫୋନ୍‌ କଲେ ବୋଲି ; ସ୍ୱାମୀଙ୍କୁ ଥାନାରେ ଭର୍ତ୍ତି କଲା ସ୍ତ୍ରୀ

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories