www.samajalive.in
Sunday, December 7, 2025
26.1 C
Bhubaneswar

ସରକାରୀ ଆଇଟିଆଇ କଲେଜ ଅତିଥି ପ୍ରଶିକ୍ଷକଙ୍କ ଆମରଣ ଅନଶନ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶାର ବିଭିନ୍ନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ କାର୍ଯ୍ୟରତ ଅତିଥି ପ୍ରଶିକ୍ଷକମାନେ ଶୁକ୍ରବାର ଆମରଣ ଅନଶନ ଆରମ୍ଭ କରିଛନ୍ତି। ନ୍ୟାୟ ପାଇଁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶକଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ପ୍ରଶିକ୍ଷକ। ସ୍ଥାୟୀ ନିଯୁକ୍ତି, ଦରମା ଓ ଅନ୍ୟାନ୍ୟ ଦାବି ନେଇ କଟକ ବକ୍ସିବଜାରସ୍ଥିତ ନିର୍ଦେଶକଙ୍କ କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି ଦାବି ମଧ୍ୟରେ ପୂର୍ବରୁ ଯେଉଁ ଅତିଥି ପ୍ରଶିକ୍ଷକମାନଙ୍କୁ ବହିଷ୍କାର କରାଯାଇଛି, ସେମାନଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ, ବାର୍ଷିକ କିଛି ଦିନ ଦେୟଯୁକ୍ତ ଛୁଟି ସମେତ ମହିଳା ପ୍ରଶିକ୍ଷକମାନଙ୍କୁ ମାତୃତ୍ବ ଛୁଟି ପ୍ରଦାନ କରାଯାଉ, ପ୍ରଶିକ୍ଷକମାନଙ୍କୁ ମିଳୁଥିବା ଦରମା ଯାହା ପ୍ରତି କ୍ଲାସ୍ ହିସାବରେ ମିଳୁଛି, ତାହାକୁ ମାସିକ ସ୍ଥିର ଦରମା କରିବା ସହଜଣେ ନିୟମିତ ପ୍ରଶିକ୍ଷକଙ୍କ ସର୍ବନିମ୍ନ ଦରମା ଯାହା ତାହା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ପ୍ରଶିକ୍ଷକ। ଯେପରି ପ୍ରତିବର୍ଷ ଅଧ୍ୟକ୍ଷମାନେ ମନଇଚ୍ଛା ଛଟେଇ ତଥା ଦରମା ବନ୍ଦ କରୁଛନ୍ତି, ସେହି ପ୍ରକ୍ରିୟା ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି ସଂଘ। ରାଜ୍ୟ ସଂଘ ସମ୍ପାଦକଙ୍କ ମତରେ, ଓଡ଼ିଶାର ବିଭିନ୍ନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନମାନଙ୍କରେ କାର୍ଯ୍ୟରତ ରହିଛନ୍ତି ୬୦୦ରୁ ଊର୍ଦ୍ଧ୍ବ ଅତିଥି ପ୍ରଶିକ୍ଷକ। ଦୀର୍ଘ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ କମ୍ ଦରମାରେ କାର୍ଯ୍ୟ ସମ୍ପାଦନ କରି ଆସୁଛି ସଂଘ। ଏପରିକି ଯେଉଁ ସମୟରେ ଶିଳ୍ପ ତାଲିମ ଅନୁଷ୍ଠାନଗୁଡ଼ିକରେ ନିୟମିତ ପ୍ରଶିକ୍ଷକ ନଥିଲେ ସେହି ସମୟରେ ଅତିଥି ପ୍ରଶିକ୍ଷକମାନଙ୍କୁ ନିୟମିତ ପ୍ରଶିକ୍ଷକ ଦର୍ଶାଇ କାର୍ଯ୍ୟ ସମ୍ପାଦନ କରିଛି ବିଭାଗ। ବର୍ତ୍ତମାନ ଆର୍ଥିକ ଓ ମାନସିକ ଅବସ୍ଥା ସଙ୍କଟାପନ୍ନ ହେବାରୁ ସଂଘ ଏହି ଆନ୍ଦୋଳନ ପନ୍ଥା ଆପଣାଇଥିବା ଅତିଥି ପ୍ରଶିକ୍ଷକମାନେ ମତ ପ୍ରକାଶ କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories