ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ପଞ୍ଜିକରଣ ଆରମ୍ଭ

ଭୁବନେଶ୍ଵର: ଆସନ୍ତା ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଅଭିଯୋଗ ଦେବାକୁ ଥିବା ଜନସାଧାରଣଙ୍କ ପାଇଁ ଗୁରୁବାରଠାରୁ ଜନ ଶୁଣାଣି ପୋର୍ଟାଲ ଏବଂ ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଛି। ପଞ୍ଜିକୃତ ସର୍ବାଧିକ ୧ହଜାର ଦରଖାସ୍ତକାରୀ ସେହିଦିନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜ ନିଜର ଅଭିଯୋଗ ଜଣାଇପାରିବେ। ଭୁବନେଶ୍ଵର ୟୁନିଟ୍‌ ୫ରେ ଥିବା ସରକାରୀ ବାସଗୃହ ନମ୍ବର VIII MR-4ଠାରେ ଦିନ ୧୧ଟାରୁ ଜନ ଶୁଣାଣି ଆରମ୍ଭ ହେଉଛି। ଆବେଦନକାରୀ ପଞ୍ଜିକୃତ ପ୍ରାପ୍ତି ସ୍ଵୀକାରପତ୍ର ଏବଂ ପରିଚୟପତ୍ର ଧରି ସେଠାରେ ଉପସ୍ଥିତ ରହିବାକୁ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

kalyan agarbati

Comments are closed.