www.samajalive.in
Friday, December 12, 2025
14.1 C
Bhubaneswar

କଳାପଥରରେ କଟକ ଜିଲ୍ଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତା

କଳାପଥର: କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶକ୍ରମେ ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଧଳାପଥର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବ୍ଲକସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଆରମ୍ଭ ହୋଇଛି। ଜିଲ୍ଲା କ୍ରୀଡା ସଂଗଠନ ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କଟକ ଜିଲ୍ଲାର ୧୪ଟି ବ୍ଲକ ଅଧୀନ ସରକାରୀ ଉଚ୍ଚ ବିଦ୍ୟାଳୟର ୫୬ ଟିମ ଅଂଶ ଗ୍ରହଣ କରିଛନ୍ତି। ବାଙ୍କୀ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଜଗନ୍ନାଥପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ବେହେରା, ନାଟେରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଉଦଘାଟନ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ରଣା, ବିଶେଷ ଅତିଥି ଭାବେ ଶାରୀରିକ ଶିକ୍ଷା ଅଧିକାରୀ  ସୁଶ୍ରୀ ସୌଦାମିନୀ ଦାସ, ଅତିରିକ୍ତ ମଣ୍ଡଳ ଅଧିକାରୀ ରୁକ ନାୟକ, ବଳରାମ ମୁଦୁଲି, ଵକ୍ତା ଭାବେ ଆଲୁମିନି କମିଟି ସଭାପତି କୈଳାସ ଚନ୍ଦ୍ର ସାମନ୍ତରାୟ, ଶିକ୍ଷାବିତ ବୈଦ୍ୟନାଥ ରାଉତ, ବାଙ୍କୀ କ୍ରୀଡା ସମ୍ପାଦକ ପୁଷ୍ପାଞ୍ଜଳି ସେଠୀ ପ୍ରମୁଖ ସନମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମାଜସେବୀ ପ୍ରଦୀପ କୁମାର ପଟ୍ଟନାୟକ, ପ୍ରତାପ କୁମାର ମହାପାତ୍ର, ନରେଶ କୁମାର ସାହୁ ସହଯୋଗ କରିଥିଲେ। ଶେଷରେ ପୁରାତନ ଛାତ୍ର ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

Related Articles

Popular Categories