ଏଲନ ମସ୍କଙ୍କ ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା, କହିଲେ..
ନୂଆଦିଲ୍ଲୀ : ଏଲନ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ ଏମିତି ଏକ ଡିଭାଇସ ପ୍ରସ୍ତୁତ କରିଛି ଯାହା ଦୃଷ୍ଟିହୀନଙ୍କୁ ଦେଖିବାରେ ସାହାଯ୍ୟ କରିବ । ଯଦି ଏହା ସଠିକ୍ କାମ କରେ ତେବେ ଏହା ମାନବ ଜାତି ପାଇଁ ବଡ ଉପହାର ହେବ । ଏଲନ ମସ୍କ ୧୮ ସେପ୍ଟେମ୍ବରରେ ଜଣାଇଛନ୍ତି କି ଆମେରିକୀୟ ଖାଦ୍ୟ ଏବଂ ଔଷଧ ପ୍ରଶାସନ(ଏଫଡିଓ) ଏହି ଡିଭାଇସକୁ ମଞ୍ଜୁରି ଦେଇଛି । ମସ୍କ ଜଣାଇଛନ୍ତି କି ନ୍ୟୁରାଲିଙ୍କ ଦୃଷ୍ଟିହୀନଙ୍କୁ ଦେଖିବାରେ ସାହାଯ୍ୟ କରିବ । ଯଦି ଜଣେ ଜନ୍ମରୁ ଦୃଷ୍ଟିହୀନ ସେ ମଧ୍ୟ ଏହି ମେସିନ୍ ସାହାଯ୍ୟରେ ଦେଖିପାରିବ ବୋଲି ଏଲନ ମସ୍କ ଜଣାଇଛନ୍ତି ।
If this device lives up to these expectations then, much more than Tesla or Space X, THIS will be your most enduring gift to humankind. https://t.co/BtnbEEIvyn
— anand mahindra (@anandmahindra) September 19, 2024
ଏହି ଖବରରେ ବହୁତ ଖୁସି ହୋଇ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଏନେଇ ଏକ ପୋଷ୍ଟ ସେୟାର କରିଛନ୍ତି ଏଲନ ମସ୍କଙ୍କୁ ଶୁଭକାମନା ଜଣାଇଛନ୍ତି । ଏହା ସହିତ ସେ ଏକ ପରାମର୍ଶ ମଧ୍ୟ ଦେଇଛନ୍ତି । ଆନନ୍ଦ ମହିନ୍ଦ୍ରା କହିଛନ୍ତି କି ‘ଯଦି ଏହି ଡିଭାଇସ କାମ କରେ ତେବେ ଏହା ଟେସଲା ଓ ସ୍ପେଶ ଏକ୍ସଠୁ ମଧ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ । ଏହା ମାନବଜାତି ପାଇଁ ବଡ ଉପହାର ହେବ ।’ ଏଲନ ମସ୍କ ଏହା ମଧ୍ୟ କହିଛନ୍ତି କି ଯଦି ଏହି ଡିଭାଇସ ସଠିକ୍ କାମ କରେ ତେବେ ଅନ୍ଧାରରେ ମଧ୍ୟ ଦୃଷ୍ଟିହୀନ ଦେଖିପାରିବେ ।
Comments are closed.