ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ ମାରିବା ଓ ନିର୍ଯାତନା ଦେବା ଘଟଣାରେ ମୋହନ ମାଝୀଙ୍କ ସରକାରକୁ ବିରୋଧୀ ଦଳର ନେତା ଟାର୍ଗେଟ କରିବା ପରେ ଜବାବ ରଖିଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ। ନବୀନ ଘଟଣା ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଥିବା ବେଳେ ସୁରେଶ କହିଛନ୍ତି ନବୀନ ବାବୁ ନିଜେ ମୁଖ୍ୟମନ୍ତ୍ରୀ ଥିବାବେଳେ ଏକଥା ବୁଝିଥିଲେ ରାଜ୍ୟରେ ନାରୀ ନିର୍ଯାତନା ହୋଇନଥାନ୍ତା। ମୁଖ୍ୟମନ୍ତ୍ରୀ ଥିବାବେଳେ ରାଜଧର୍ମ ପାଳନ କଲେ ନାହିଁ। ମାଧବୀ ଲତା, ମମିତା ମେହେର, ପରୀ ଘଟଣାରେ କଣ ହୋଇଥିଲା। ଏହି ସବୁ ଘଟଣାରେ ତାଙ୍କ ଦଳର ନେତାଙ୍କ ସଂପୃକ୍ତି ଥିବା ସତ୍ୱେ ସେ ରାଜଧର୍ମ ପାଳନ କରିନଥିଲେ। ଏବେ ୧୦୦ଦିନ ସରକାରକୁ ପାଠ ପଢାଉଛନ୍ତିି। ଭରତପୁର ଘଟଣାରେ ଆମେ କାହାକୁ ଛାଡିବୁ ନାହିଁ। ଯେତେ ବଳଶାଳୀ ଲୋକ ହୋଇଥିଲେ ବି ଏ ସରକାର କାହାକୁ ଛାଡିବେ ନାହିଁ।
କାହାକୁ ଛଡାଯିବ ନାହିଁ କହିଲେ ରାଜସ୍ୱ ମନ୍ତ୍ରୀ; ୧୦୦ଦିନ ସରକାରକୁ ପାଠ ପଢାଉଛନ୍ତି ନବୀନ
Popular Categories



